ଭୁବନେଶ୍ୱର, କଂଗ୍ରେସ ପ୍ରଭାରୀ ଚେଲା କୁମାର ନବ ଦାସ ହତ୍ୟା ମାମଲାରେ ବିଜେଡିର ଦ୍ୱିତୀୟ ଏବଂ ତୃତୀୟ ଧାଡ଼ି ନେତାଙ୍କୁ ସତର୍କ କରାଇଛନ୍ତି । ସେମାନଙ୍କର ମଧ୍ୟ ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ ବୋଲି ସତର୍କ କରାଇଛନ୍ତି ।
ସେ କହିଛନ୍ତି ଯେ ନବ ଦାସ ମୁଖ୍ୟମନ୍ତ୍ରୀ ହେବା ର ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି । ବିଜେଡି ଦଳ ଭିତରେ ମୁଁହ ଖୋଲୁଥିବା ବରିଷ୍ଠ ନେତା ଙ୍କୁ ମୁଁ ସତର୍କ କରାଉଛି ।
ସେ କହିଛନ୍ତି ଯେ ରାଜ୍ୟରେ ସରକାର କାମ କରୁନି । ଗତ ୨୨ ବର୍ଷ ର ନବୀନ ଶାସନ ଦେଖିଲେ ସତ ପଦା ଆଣିବାକୁ ଚାଁହୁଥିବା ଲୋକଙ୍କ ମୁଁହ ବନ୍ଦ କରାଯାଉଛି । ମୁଁ ୍ୱି ଭିଡିଓ ଦେଖିଛି, ଏ ଏସ ଆଇ ନବ ଙ୍କୁ ହତ୍ୟା କଲା ଭଳି ଲାଗୁ ନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ନବ ହତ୍ୟାକାଣ୍ଡ ପଛରେ ବଡ଼ ଚକ୍ରାନ୍ତ ଅଛି । ଏହା ଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ଦରକାର । ପୋଲିସ ତଦନ୍ତ ରେ ଆଉ କଣ ଅଛି ? ରାଜ୍ୟ ରେ ଅନେକ କିଛି ହତ୍ୟା ଓ଼ ଧର୍ଷଣ ଘଟି ଯାଇଛି, ହେଲେ କାହାର ସତ୍ୟତା ପଦା କୁ ଆସି ନାହିଁ । ଯାଜପୁର ର ସ୍ମିତାରାଣୀ ବିଶ୍ୱାଳ, ପରୀ ଓ଼ ମମିତା ମେହେର ଘଟଣା କଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଜୟପୁର ରେ ମୁଖ୍ୟମନ୍ତ୍ରୀ ଙ୍କ ଆଗରେ ଜଣେ ଯୁବ ପୂର୍ବତନ ମନ୍ତ୍ରୀ ବରିଷ୍ଠ ପୂର୍ବତନ ବିଧାୟକ ଙ୍କୁ ଷ୍ଟେଜ ରୁ ତଳକୁ ଠେଲୁଛନ୍ତି । ରାଜ୍ୟ ରେ ଆଉ ଗଣତନ୍ତ୍ର ନାହିଁ । ଏକ କୋଟେରୀ ରାଜ୍ୟ ର ଶାସନ ଏକ କୋଟେରୀ ହାତ ରେ ଚାଲିଛି । ଏହି କୋଟେରୀ ମୁଖ୍ୟମନ୍ତ୍ରୀ ଙ୍କୁ ସଖିକଣ୍ଢେଇ ଭଳି ରଖିଛି ବୋଲି ସେ କହିଛନ୍ତି ।