
ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡରା ଗ୍ରାମରେ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ହେବା କାରଣରୁ ଦୁଇ ଯୁବକ ଗୁରୁତର ହେଇଥିବା ଜଣାପଡିଛି। ଗୁରୁତର ମାନେ ହେଲେ ଖଲିଙ୍ଗୀ ଗ୍ରାମର ସନାତନ ରାଉତ ଓ ପ୍ରଫୁଲ୍ଲ ବେହେରା। ସୂଚନା ଅନୁସାରେ କୌଣସି କାମରେ ଯିବା ସମୟରେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ ସହାୟତରେ ଉଭୟଙ୍କୁ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଅତି ଗୁରୁତର ହେଵା କାରଣରୁ ସେମାନଙ୍କୁ ଆମ୍ବୁଲାନ୍ସ ସହାୟତରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।