ରାଜଗାଙ୍ଗପୁର – ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକ ଖତକୁରଵହାଲ ଗ୍ରାମ ରେ ଡେଙ୍ଗୁ ଭୟରେ ଗାଁ ଛାଡି ଚାଲିଯାଇଛନ୍ତି ଲୋକେ। ଏହି ଗାଁ ରେ ଡେଙ୍ଗୁ ପରିସ୍ଥିତି ଏବେ ଗମ୍ଭୀର ହୋଇ ଯାଇଛି।
ଏହି ରୋଗ ରେ ଜଣେ ଅଙ୍ଗନବାଡି କର୍ମୀ ଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଥିବାବେଳେ ଗାଁ ଛାଡି ଚାଲିଯାଇଛି ଲୋକେ।
ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ରେ ଏକ ବୈଠକ କରିଥିଲେ।
ଗତ ୨୬ ତାରିଖ ରେ ସେହି ଗ୍ରାମର ସହିଯଦ ଅବତାବ ନାମକ ଜଣେ ଯୁବକଙ୍କ ଦେହ ରେ ଡେଙ୍ଗୁ ପଜିଟିଭ ଥିବା ବେଳେ ତାକୁ ବୁର୍ଲା ଡ଼ାକ୍ତରଖାନାରେ ଚିହ୍ନଟ କରିବା ପରେ ଗାଁ ରେ ଡେଙ୍ଗୁ ରୋଗ ନେଇ ପ୍ରଥମ ଥର ପାଇଁ ଜଣା ପଡିଥିଲା। ସେତେବେଳେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କୈାଣସି ପ୍ରକାର ର ପଦକ୍ଷେପ ନ ନେବା ଯୋଗୁଁ ଏହି ଗାଁ ରେ ଡେଙ୍ଗୁ ପରିସ୍ଥିତି ଏବେ ଗମ୍ଭୀର ଭାବରେ ହୋଇ ଯାଇଛି।
ବୁଧବାର ଦିନ ଏହି ଗାଁ ରେ ବସବାସ କରୁଥିବା ତଥା ଖତକୁରଵହାଲ ଅଙ୍ଗନବାଡି କେନ୍ଦ୍ର ରେ କାର୍ଯ୍ୟ କରୁଥିବା ଜଣେ ଅଙ୍ଗନବାଡି କର୍ମୀ ଲଳିତା ବୂଡାଙ୍କ (୪୦) ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ଏହି ଘଟଣା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ନିର୍ଦ୍ଦେଶନାରେ ଏକ ଟିମ୍ ବୁଧବାର ସନ୍ଧ୍ୟାରେ ଖତକୁରଵହାଲ ଗ୍ରାମ ରେ ଗସ୍ତ କରି ଅନୁଧ୍ୟାନ କରିବା ପରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଖବର ଅନୁସାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦ ଜଣଙ୍କୁ ଏହି ରୋଗ ରେ ଆକ୍ରାନ୍ତ ହେବାର ସୁଚନା ମିଳିଛି। କାଲି ରାଜଗାଙ୍ଗପୁର ଏକ ଘରୋଇ ହସ୍ପିଟାଲରେ ୩ଜଣ ଅନସାରୀ ପରବିନ(୩୭)ମାସୂମା ଖାତୁନ(୩୫) ଏବଂ ଏମଡି ମୁସ୍ତାଫିଜ (୩୦)ଙ୍କ ରକ୍ତ ରେ ଡେଙ୍ଗୁ ରୋଗ ର ଭୂତାଣୁ ଚିହ୍ନଟ କରାଯାଇଛି। ଅନ୍ୟ ପଟେ ଏମଡି ସଠିକ,ସମୀମା ଖାତୁନ,ନାଜନି ପରବିନ ଏହି ରୋଗ ରେ ଆକ୍ରାନ୍ତ ହେବାର ସୁଚନା ମିଳିବା ପରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ପରେ ଗାଁ ରେ ଡେଙ୍ଗୁ ଜର ର ଭୟରେ ଲୋକେ ଗାଁ ଛାଡି ଚାଲିଯାଇଛନ୍ତି। ଏହି ଘଟଣା ପରେ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ରାୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀକାନ୍ତ ବିଭାଗର ଟିମ୍ ସହ ଗାଁ ରେ ଡେଙ୍ଗୁ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ସେହିପରି ରାଜଗାଙ୍ଗପୁର ବିଧାୟକ ଡଃ ରାଜନ ଏକ୍କା ପ୍ରଭାବିତ ଅଂଚଳ ରେ ବୁଲି ଡେଙ୍ଗୁ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ଲୋକଙ୍କୁ ସଚେତନ କରିବା ପାଇଁ ଏବଂ ଅଂଚଳ ରୁ ମଶା ନାଶ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା ପ୍ରସ୍ତୁତ କରିବା ସହ ଗାଁ ପରିବେଶ କୁ ସଫା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।