ବୌଦ୍ଧ – ବୌଦ୍ଧଜିଲା ହରଭଙ୍ଗା ବ୍ଳକର ବିଡିଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଳମ୍ବିତ ହେବାର ଦିନକ ପରେ ବୁଧବାର ଦିନ ସେହି ବ୍ଲକର ଗୋÂୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଚତୁର୍ଭୁଜ ଖମାରୀ ଲାଂଚ ନେଇ ଭିଜିଲାନସ ହାତରେ ଧରାପଡିବା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଜିଲାନସ ବିଭାଗ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ହରଭଙ୍ଗା ବ୍ଳକ ଭାବପୁର ଗ୍ରାମର ପ୍ରସନ୍ନ ଟାମିକିଆ ମହୁଲଗଡିଆ ବିଦ୍ୟାଳୟର ଶିକ୍ଷକତା କରୁଥିଲେ । ତାଙ୍କ ମୃତୁ୍ୟ ପରେ ତାଙ୍କର ବିଧବା ପନôୀ ନର୍ମଦା ଟାମିକିଆଙ୍କ ପାଇଁ ପରିବାର ପେନଶନ କରାଇଦେବାକୁ ମୃତ ଶିକ୍ଷକଙ୍କ ମା କୌଶଲ୍ୟା ଟାମିକିଆ ଗୋÂୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ତାଙ୍କୁ ପେନଶନ କାଗଜପତ୍ର କରାଇଦେବାକୁ ମୁଖ୍ୟକିରାଣୀ ଶ୍ରୀଖମାରୀ ୫ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଏନେଇ କୌଶଲ୍ୟ ଭିଜିଲାନସ ର ଦ୍ୱାରସ୍ଥ ହେବାପରେ ଯୋଜନା ମୁତାବକ ବୁଧବାର ଦିନ କାର୍ଯ୍ୟାଳୟରେ କୌଶଲ୍ୟାଙ୍କ ଠାରୁ କିରାଣୀ ଶ୍ରୀଖମାରୀ ଲାଂଚ ନେଉଥିବାବେଳେ ଭିଜିଲାନଓ ବିଭାଗର ଅଧିକାରୀମାନଙ୍କ ହାତରେ ଧରାପଡିଥିଲେ । ଏନେଇ ଭିଜିଲାନସ ଡିଏସପି ରବିକାନ୍ତ ସୁନାଙ୍କୁ ପଚାରିବାରେ ଭିଜିଲାନସ କେଶ ନମ୍ବର ୩୩/୧୯ ରେ ଏକ ମାମଲା ରୁଜୁ କରାଯିବା ସହିତ ଶ୍ରୀଖମାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଚଢାଉରେ ଇନିସପେକ୍ଟର କୃଷ୍ଣା କୁମାରୀ ପ୍ରଧାନ,ପୋଲସ୍ତି ଛତ୍ରିଆ ଓ ଭିଜିଲାନସ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Related Stories
November 23, 2024