ବଲାଙ୍ଗିର, ଅଖିଳ ଭାରତୀୟ ସାହିତ୍ୟ ପରିଷଦ କାର୍ଯ୍ୟାଳୟରେ ଆଜି ବଲାଙ୍ଗିର ଶାଖାର ଏକ ବାର୍ଷିକ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଂଗଠନ ସମ୍ପାଦକ ନାରାୟଣ ନାୟକ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ୍ ଧାରଣା ଦେଇଥିଲେ । ରାଜ୍ୟ ସଦସ୍ୟ ରାମକୃଷ୍ଣ ତ୍ରିପାଠୀ ସଂଗଠନର ବିକାଶ ସହିତ ସମାଜ ଚାହୁଁଥିବା ପ୍ରକୃତ ସାହିତ୍ୟ ସୃଷ୍ଟି ପାଇଁ ମତବ୍ୟକ୍ତ କରିଥିଲେ । ଓଡ଼ିଶା ରାଜ୍ୟ ପ୍ରତିଷ୍ଠାତା ସମ୍ପାଦକ କବିଶ୍ରୀ ନବକିଶୋର ବେହେରା ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ଇତିହାସ ସଂଗ୍ରହ କରି ଏକ ଗ୍ରନ୍ଥର ରୂପ ଦେବାକୁ ପ୍ରସ୍ତାବ ଦେଇଥିବା ବେଳେ ରାମଚନ୍ଦ୍ର ପଟେଲଙ୍କ ସମର୍ଥନକୁ ସମସ୍ତ ସଦସ୍ୟ କର ତାଳି ଦେଇ ଅଭିନନ୍ଦନ ଜଣାଇ ଥିଲେ ।ପରିଶେଷରେ ବରିଷ୍ଠ ସଭ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
March 27, 2024
March 27, 2024