ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଗୁରୁଜୁଙ୍ଗ୍ ଠାରେ ଆଇଟିସି ମିଶନ୍ ସୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ ମାନବ ଅଧିକାର ସେବା ସମିତି ପକ୍ଷରୁ ଗୁରୁଜୁଙ୍ଗ୍ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ୭୨ ଜଣ ଚାଷୀ ଯୋଗଦେଇ ବର୍ତ୍ତମାନ ସମୟରେ କୃଷକ ତାଲିମ୍ ର ଆବଶ୍ୟକତା ଓ ଉପଯୁକ୍ତ କୃଷି ପଦ୍ଧତି ଅବଲମ୍ବନ କରି ଚାଷକାର୍ଯ୍ୟ ସମ୍ପାଦନ କରିବା ତଥା ବିଭିନ୍ନ ଚାଷ ସମ୍ପର୍କୀୟ ଦିଗ ଉପରେ ବାର୍ତା ପାଇଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ମାନବ ମଳରୁ ପ୍ରସ୍ତୁତ ହେଉଥିବା ଶୌଚାଳୟ ଖତ ବା ସ୍ଵର୍ଣ୍ଣ ଖତକୁ କୃଷି କାର୍ଯ୍ୟରେ ବ୍ୟବହାର କରି ସେଥିରେ ଥିବା ପୋଷକ ତତ୍ତ୍ଵର ଲାଭ ଉଠାଇ ରାସାୟନିକ ସାରର ବ୍ୟବହାରକୁ କମ୍ କରି ଜୈବିକ କୃଷି ଦିଗରେ ଅଗ୍ରସର ହେବା ପାଇଁ ଉପସ୍ଥିତ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା। ଏବଂ ବିଭିନ୍ନ ଅର୍ଥକାରି ଫସଲ ମୁଗ, ବିରି ଇତ୍ୟାଦି ତଥା ଧାନ ଚାଷରେ ବିଭିନ୍ନ ରୋଗ ପୋକ, ବିହନ ବିଶୋଧନ ଇତ୍ୟାଦି କୃଷି ସମ୍ଭାଦୀୟ ବିଷୟ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଗ୍ରାମ୍ୟ କୃଷି କର୍ମୀ, ଗୁରୁଜୁଙ୍ଗ୍ ପଞ୍ଚାୟତ ଦିଲ୍ଲୀପ ମାଝୀ ଯୋଗଦେଇଥିବା ବେଳେ ଅତିଥି ରୂପେ ପୂର୍ବତନ ସରପଞ୍ଚ ତପେଶ୍ଵର ଶବର ଓ ସମାଜସେବୀ ଜୟକୃଷ୍ଣ ବେହେରା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମାସ୍ ର ଭୋଲାମଣି ବାଗ୍, ଉମାକାନ୍ତ କଟା, ଭ୍ରମର ହରିଜନ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।.