କନ୍ଧମାଳ- ଜି.ଉଦୟିରି ସହରବାସୀଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦେବାଲାଗି ୭ କୋଟି ଟଙ୍କା ବ୍ୟୟରେ ଏକ ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି ଯେ ସରିବାକୁ ନାହିଁ. କେବେ ସରିବ କିଏ ସଠିକ୍ କହିପାରୁନାହାଁନ୍ତି. ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ୭ କୋଟିର ନୂତନ ପାନୀୟଜଳ ଯୋଗାଣ ପ୍ରକଳ୍ପ କାମ ଆଣ୍ଠେଇଛି. ଜି.ଉଦୟଗିରି ସହରରେ ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ୨୦୧୭-୧୮ ବର୍ଷରେ ୬ କୋଟି ୭୧ ଲକ୍ଷ ୫ ହଜାର ୧୬୦ ଟଙ୍କା ମଂଜୁର କରିଥିଲେ. ପଶ୍ଚିମବଙ୍ଗର ୱାଟର ଏଣ୍ଡ ଏପୁଲେଂଟ କଂଟ୍ରୋଲ ପ୍ରାଇଭେଟ ଲିମିଟେଡ ନାମକ କଂପାନୀ ୪.୬୦ ପ୍ରତିଶତ ଅଧିକାରେ ଟେଣ୍ଡର ପକାଇ କାର୍ଯ୍ୟ କରୁଛନ୍ତି. ଯାହାର ମୋଟ ଅଟକଳ ୭ କୋଟି ୧୮ ଲକ୍ଷ ୭୬ ହଚାର ଟଙ୍କା. ୧ ବର୍ଷ ଅବଧି ମଧ୍ୟରେ କାର୍ଯ୍ୟ ସାରିବା କଥା. କାର୍ଯ୍ୟାଳୟ ଚିଠି ନଂ ୩୨୪ ତା, ୧୬ / ୦୧ / ୧୮ ରୁ କାର୍ଯ୍ୟ ଆରମ୍ଭ ହୋଇ ୧୫ / ୦୧ / ୧୯ ରେ ସରିବା କଥା. ହେଲେ ବର୍ତମାନ ପାଖାପାଖି ଆଉ ବର୍ଷେ ଅଧିକା ହୋଇଗଲାଣି ହେଲେ କାର୍ଯ୍ୟ ସରିନି ଏଯାଏଁ. 4. ଉଦୟଗିରି ସହର ନିକଟବର୍ତୀ ସିର୍କୀ ଡ୍ୟାମରୁ ଇଂଟେକ ୱେଲ ସହ ସେଠାରୁ ଟ୍ରିଟମେଂଟ ପ୍ଲାଂଟ ଯାଏଁ ପାଇପ ଲାଗି ବିଛାଇବା ସହ ଦେଢଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହ୍ୟାଡ ଟ୍ୟାଙ୍କ, ସମ୍ପ, ଫିଲଟର ସମେତ ସହର ସାରା ନୂଆ ପାଇପ ଲାଇନ ବିଛାଇବା, ବିଦୁ୍ୟତ ଆଲୋକ ଆଦି କରାଯାଉଛି. କିଛିକାମ ଚାଲିଥିବା ବେଳେ କିଛି କାମ ସରିଛି ଓ ଆଉକିଛି କାର୍ଯ୍ୟ ଆରମ୍ଭ ହୋଇନି ମଧ୍ୟ. ଏଭଳି ପରିସ୍ଥିତିରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କେବେ ସରିବ କହିବା ମୁସ୍କିଲ. ଏସବୁ କାର୍ଯ୍ୟ ମଧ୍ୟ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି.
ସେହିପରି ଏତେବଡ ପ୍ରକଳ୍ପ କାର୍ଯ୍ୟ ଚାଲିଥିଲେ ମଧ୍ୟ କେଉଁଠି ମଧ୍ୟ ପ୍ରକଳ୍ପ କାର୍ଯ୍ୟ କେବେ ଆରମ୍ଭ ହୋଇଛି, ଅଟକଳ ମୂଲ୍ୟ, କେବେ ସରିବ, କିଏ ଠିକା କାର୍ଯ୍ୟ କରୁଛି ଓ କେଉଁ ବିଭାଗ ତଦାରଖ କରୁଛି ତାର ଡିସପ୍ଲେ ବୋର୍ଡ ମଧ୍ୟ ଲଗାଯାଇନାହିଁ. ଏଣୁ ଲୋକେ ମଧ୍ୟ ପ୍ରକଳ୍ପ ସଂପର୍କରେ କିଛି ଜାଣିପାରୁନାହାଁନ୍ତି. ଅଭିଯୋଗ କଲେ ମଧ୍ୟ ଶୁଣୁଛି ବା କିଏ? ପିସି ନେଇ ଯନ୍ତ୍ରୀମାନେ ଚୁପ୍. ବରୀ Â ଯନ୍ତ୍ରୀ ମାନେ ମଧ୍ୟ କେହି ତଦାରଖରେ ମଧ୍ୟ ଆସୁନାହାଁନ୍ତି. ଫଳରେ ଠିକାଦାର ତାର ମନମାନୀ ଚଳାଇଛି. ରାସ୍ତାରେ ପାଇପ ବିଛାଇ ରାସ୍ତା ଖୋଳି ପକାଇଛି ହେଲେ ମରାମତି କରୁନି. ମରାମତି କରିବାଲାଗି ୩୦ ଲକ୍ଷ ଟଙ୍କା ପାଖାପାଖି ବ୍ୟୟ ବରାଦ ରହିଥିବା ବେଳେ ଉପରଠାଉରିଆ ଭାବେ ଆଡଜଷ୍ଟ କରି ଏସବୁ ଅର୍ଥ ହଡପ କରିବା ଯୋଜନାରେ କଂପାନୀ ରହିଛି. ଏଣୁ, ପାନୀୟଜଳ ବ୍ୟବସ୍ଥା ଏବେ ୫ଟି ଅର୍ନ୍ତଗତ କରାଯାଇଥିବାରୁ ଜିଲ୍ଲାପାଳ, ନଗର ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ଦୃଢ କାର୍ଯ୍ୟାନୁ Â ାନ ଗ୍ରହଣ କରିବାକୁ ସହରବାସୀ ଦାବୀ କରିଛନ୍ତି. ଅନ୍ୟଥା ଏହି କଂପାନୀର ମନମାନୀ, ଦୁର୍ନିତୀର ବିରୋଧ କରି ଆନେ୍ଦାଳନ କରିବେ ବୋଲି ଧମକ ଦେଇଛନ୍ତି।
Related Stories
November 23, 2024