ଭୁବନେଶ୍ୱର ,ଦେଶ ବଡ ନା ମଣିଷ ବଡ ।ମଣିଷ ନିର୍ଯାତନା ର ଶିକାର ନହେବା, ପ୍ରତି ମଣିଷ ସମାନ, କେହି ନ୍ୟୁନ ନୁହେଁ,ସମସ୍ତଙ୍କର ସମାନ ଅଧିକାର ରହିଛି — ଜାତିସଂଘ୍ ୧୨. ୧୦. ୧୯୪୮ ରେ ବିଶ୍ବ ମାନବିକ ଅଧିକାର ଦିବସ ପାଳନ କରି ମାନବ ଅଧିକାର ଆଇନ ଘୋଷିତ ହୋଇଥିଲା ବୋଲି ଥିଙ୍କର୍ଶ କ୍ଲବ୍ର ର ୫୭ ତମ ଆଭlସି ଆଲୋଚନାରେ ପୂର୍ବତନ ଜିଲ୍ଲା ବିଚାରପତି ଶ୍ରୀ ଉମା ଚରଣ ମିଶ୍ର ଅତିଥି ଭାବେ ଯୋଗ ଦେଇ କହିଥିଲେ । ମଣିଷ ର ଡିଗ୍ନିଟୀ, ଇକ୍ୱାଲିଟୀ ଓ ଲାଇଫ ଲିବରଟୀ ପାଇଁ ମାନବ ଅଧିକାର କମିଶନ ଗଠନ କରାଯାଇଛି ବୋଲି ସେ କହିଥିଲେ । ବେଙ୍ଗାଳୁରୁ ରୁ ବରିଷ୍ଠ ଆଇନଜୀବୀ ସୁସିମ ଅମିତାଭ ଦାସ ବକ୍ତା ଭାବେ କହିଲେ ଯେ ୧୯୪୮ ମସିହାରେ ଜାତିସଂଘ୍ ରେ ୫୮ ଟି ଦେଶ ରୁ ୪୭ ଟି ଦେଶ ମାନବ ଅଧିକାର କୁ ସମର୍ଥନ ଜଣାଇଥିଲେ l ଥିଙ୍କ୍ରର୍ସ କ୍ଲବ ର ସଭାପତି ବରଦା ଦାସ ସଭାକାର୍ଯ୍ୟ ପରିଚାଳନା କରି କହିଲେ ବିଶେଷ କରି ସରକାରୀ କାର୍ଯ୍ୟାଳୟରେ ହଇରାଣ ହରକତ ବିରୁଦ୍ଧରେ ମାନବ ଅଧିକାର କମିଶନ କୁ ନ୍ୟାୟ ପାଇଁ ପତ୍ରାଳପ ବା ଇମେଲ କରି ପାରିବେ ।ମଧ୍ୟ ପ୍ରଦେଶ ରୁ ଆଇନ କଲେଜ ଅଧ୍ୟକ୍ଷ ଡ୍ ରଜତ ଶତପଥୀ,ଆଇନଜୀବୀ ସବ୍ୟସାଚୀ ମହାପାତ୍ର,ଡ୍ ନନ୍ଦ ନନ୍ଦନ ଦାସ,ଯୋଗ ଗୁରୁ ସlଗରିକl , ଉମାଶଙ୍କର ମିଶ୍ର,ବାହାରିନ ରୁ ସୁବାସ ସାହୁ ଓ ମିଲନ ବଡୁ ଓକିଲ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ପରବର୍ତ୍ତୀ ଆଲୋଚନା ରୋଗର କାରଣ ଓ ଯୋଗ ଦ୍ଵାରା ନିରାକରଣ ବିଷୟରେ ସଂଗଠିତ ହେବ l