ପୁରୀ ,ତମ ସିନିୟର ଜାତୀୟ ସଫ୍ଟବଲ ଚମ୍ପିୟାନସିପ ପୁରୀ ସ୍ପୋର୍ଟ କମ୍ଲେକ୍ସ ଠାରେ ଫେବୃଆରୀ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟରୁ ୨୬ ଗୋଟି ବାଳକ ଓ ୨୪ ଗୋଟି ବାଳିକା ଦଳ ଅଶଂଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହ ଏହାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଫ୍ଟବଲ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜନ କରୁଛନ୍ତି ବୋଲି କହିଥିଲେ। ଏହି ଚମ୍ପିୟାନସିପ ୫ ଦିନ ଧରି ଚାଲିବ ଓ ଏଥିରେ ଦେଶର ବିଭିନ୍ନ ରାଜ୍ୟର ୫୦ ଗୋଟି ମହିଳା ଓ ପୁରୁଷ ଦଳ ଙ୍କ ସହ ୧୦୦ ଜଣ ଅଫିସିଆଲ ଯୋଗ ଦେବେ ବୋଲି ରାଜ୍ୟ ସଫ୍ଟବଲ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଥିଲେ। ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଖାଦ୍ୟ, ପରିମଳ ବ୍ୟବସ୍ଥା, ଗମନାଗମନ, କ୍ରିଡାବିତ ଙ୍କ ସୁରକ୍ଷିତ ରହଣି, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବୈଠକରେ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା କ୍ରିଡା ସଂସଦ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ସଫ୍ଟବଲ ସଂଘର ରାଜ୍ୟ ସଭାପତି ଦୀପକ ଗୌଡ,ଯୁଗ୍ମ ସମ୍ପାଦକ ରାଜକିଶୋର ପଟ୍ଟନାୟକ,ସୌମିତ୍ର ହରିଚନ୍ଦନ, ଓଡିଶା ମୋ ପରିବାର ର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ।