
ନୂଆଦିଲ୍ଲୀ, ସାଧାରଣ ବଜେଟ 2023-24ରେ ପିଲା ଓ ଯୁବ ଶକ୍ତିଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ସ୍ଥାପିତ କରାଯିବାକୁ ଘୋଷଣା କରାଯାଇଛି । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା ବେଳେ କହିଛନ୍ତି ଯେ ଉଚ୍ଚ ଗୁଣବତା ବିଶିଷ୍ଟ ସାହିତ୍ୟକୁ ଆହୁରି ସୁଲଭ କରିବା ପାଇଁ ପିଲା ଓ କିଶୋର ମାନଙ୍କର ପାଇଁ ରାଷ୍ଟ୍ରୀୟ ଡିଜିଟାଲ ପୁସ୍ତକାଳୟର ସ୍ଥାପନା କରାଯିବ ।
ସେ କହିଛନ୍ତି ଯେ ଏହି ଡିଜିଟାଲ ଲାଇବ୍ରେରୀ ସମସ୍ତ ସ୍ତର, ଶୈଳୀ ଓ ଭାଷା ସହିତ ସମସ୍ତ ସ୍ଥାନ ଓ ଡିଭାଇସରେ ଉଚ୍ଚ ଗୁଣବତା ବିଶିଷ୍ଟ ପୁସ୍ତକ ଗୁଡିକୁ ପହଂଚାଇବାକୁ ସହଜ କରିବ ।