
ଭୁବନେଶ୍ୱର, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ରାଜ୍ୟ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ କାଲି ଝାରସୁଗୁଡା ଏସପି ଓ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯିବା ପରେ ଆଜି ଦିବଙ୍ଗତ ମନ୍ତ୍ରୀଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଛି। ଏଣେ ବ୍ରଜରାଜନଗର ଆଇଆଇସି ଓ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ, ଏସଆଇ ଶଶିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତେଣେ ସମ୍ବଲପୁରରେ ଥିବା ଇନ୍ସପେକ୍ଟର ଧବଳେଶ୍ୱର ସାହୁଙ୍କୁ ବ୍ରଜରାଜନଗରର ନୂଆ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି।