
ସୁବର୍ଣ୍ଣପୁର, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଶାରୀରିକ ପ୍ରଧାନ କାର୍ଯ୍ୟକ୍ରମ ସୋନପୁର ନଗର ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସଂଘର ସ୍ଵୟଂସେବକଙ୍କ ଦ୍ଵାରା ନଗର ପଥ ସଞ୍ଚଳନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରୁ ଆରମ୍ଭ ହେଇ ଶାନ୍ତି ନଗର ପଡା, ଆମ୍ବେଦକର ଛକ, ତହସିଲ ଛକ, ଘୋଡାଘାଟ ପଡା, ଦଧିବାମନ ଛକ, କଲେଜ ଛକ ଦେଇ ରୟାଲଫିଲ୍ଡ ଠାରେ ସମାପନ ହେବାପରେ ଶାରୀରିକ ପ୍ରଧାନ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରକାର ଶାରୀରିକ କାର୍ଯ୍ୟକ୍ରମ ଯଥା ଦଣ୍ଡ, ବ୍ୟାମ ଯୋଗ, ନିୟୁଦ୍ଧ, ଯୋଗାସନ, ଗଣ ସମତା, ସାମୂହିକ ସମତା ପ୍ରଦର୍ଶନ ହେଇଅଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ତରଭା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୋନପୁର ନିବାସୀ ଶମ୍ଭୁ ଭୂଷଣ ପଣ୍ଡା, ମୁଖ୍ୟ ବକ୍ତା ରାଉରକେଲା ନିବାସୀ ସଂଘର ପ୍ରାନ୍ତ ଶାରୀରିକ ପ୍ରମୁଖ ହରେକୃଷ୍ଣ ମାଝୀ ଓ ମାନନୀୟ ଜିଲ୍ଲା ସଂଘ ଚାଳକ ବିପିନ ବିହାରୀ ବାଗ ମଞ୍ଚାସିନ ହୋଇଥିଲେ ସଂଘର ଗୌରବ ମୟ କାର୍ଯ୍ୟ, ସମାଜର ସୁପରିବର୍ତ୍ତନରେ ସଂଘର ଭୂମିକା, ସଂଘ ର ଲକ୍ଷ ପୂର୍ତ୍ତିରେ ସ୍ଵୟଂସେବକର ଭୂମିକା ବିଷୟରେ ବକ୍ତବ୍ୟ ଦେଇଥିଲେ। ଶେଷରେ ପ୍ରାର୍ଥନା ସହ କାର୍ଯ୍ୟକ୍ରମର ସମାପନ ହେଇଥିଲା । ଏହି କାର୍ଯ୍ୟକ୍ରମରେ କୃପାସିନ୍ଧୁ ମହକୁର, କବି ମହାକୁର, ପ୍ରୀତିଶ କର୍ଣ୍ଣ, ଲୋକେଶ ମହଲା ଶାରୀରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜୟଦ୍ରଥ ଜଗଦଳ୍ଲା ସାମୁହିକ ଗୀତ, ରାଜେଶ ସିଂ ବ୍ୟକ୍ତିଗତ ଗୀତ, ହୃଷୀକେଶ ଭୋଇ ପରିଚୟ ପ୍ରଦାନ, ବିଭାଗ ପ୍ରଚାରକ ପ୍ରଣବ ନାୟକ, ସହ ବିଭାଗ ପ୍ରଚାରକ ସନ୍ତୋଷ ବେହେରା, ଅଶୋକ ମିଶ୍ର, ରଶ୍ମିରଞ୍ଜନ ଦାସ, ଗୁପ୍ତେଶ୍ଵର ଥନାପତି, ଧର୍ମେନ୍ଦ୍ର ବଡମାଳି, ସୁରେଶ ମିଶ୍ର, ଆନନ୍ଦ ବାରିକ, ଶିବପ୍ରସାଦ ପାତ୍ର, ପଙ୍କଜ ଖମାରୀ, କାହ୍ନୁ ସହୁ, ଅଶୋକ ମିଶ୍ର, ଜନାର୍ଦ୍ଦନ ନାୟକ, ଦିଲ୍ଲୀପ ମେହେର, ବିଭୂତି କୁଦେଇ, ରାଜେନ୍ଦ୍ର ନାୟକ, ରାଜେନ୍ଦ୍ର କ ଶର୍ମା, ପ୍ରଦୀପ ଆଡଜୁଏଡ, ଚନ୍ଦନ ପ୍ରହରାଜ, ଜୟଦ୍ରଥ ଜଗଦଲା , ଶ୍ରୀବତ୍ସ ମିଶ୍ର ସମେତ ଅନେକ ସ୍ଵୟଂସେବକ ଓ ଦର୍ଶକ ଉପସ୍ଥିତ ଥିଲେ।