
ଭଦ୍ରକ – କ୍ଷମତାର ମୂଳମନ୍ର ଶୋଷଣ ନୁହେଁ ସେବା। ସଂଶୋଧିତ ମୋଟର ଯାନ ଆଇନ ଆଳରେ ସରକାର ରାଜ୍ୟରେ ଆତଙ୍କ ରାଜ ସୃଷ୍ଟି କରୁଛନ୍ତି ବୋଲି ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ତଥା ଉକôଳ ବିକାଶ ମର ରାଜ୍ୟ ଉପ-ସଭାପତି ପ୍ରଦୀପ ସେନାପତି କହିଛନ୍ତି। ଗାଡ଼ି·ଳକଙ୍କ ସାମାନ୍ୟ ତୃଟିପାଇଁ ମନଇଚ୍ଛା ଅତ୍ୟଧିକ ଅର୍ଥଦଣ୍ଡ ବ୍ୟବସ୍ଥା ସାଧାରଣ ଲୋକଙ୍କ ମାନବୀୟ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଶ୍ରୀ ସେନାପତି କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ଜନସ୍ବାର୍ଥ ନିତୀକୁ ତିବ୍ର ବିରୋଧ କରି ତୁରନ୍ତ ଏଭଳି ଆଇନ୍ ପ୍ରତ୍ୟାହାର କରିବାପାଇଁ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖô ଦୃଢ଼ଦାବି କରିଛନ୍ତି। ଏହି ଆଇନ୍ ଆଳରେ ଗାଡ଼ି ·ଳକଙ୍କ ସାମାନ୍ୟ ତୃଟିପାଇଁ ବଡ଼ ଆର୍ଥିକ ଜୋରିମନା ସହିତ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ଗୋଟିଏ ପଟେ ଦେଶରେ ୯୦ଭାଗ ଦୁର୍ଘଟଣା ରାସ୍ତାଘାଟର ଦୁରବସ୍ଥା ପାଇଁ ଘଟୁଥିବା ବେଳେ, ମାତ୍ର ୧୦ ପ୍ରତିଶତ ଗାଡ଼ି·ଳକଙ୍କ ଭୁଲତୃଟିପାଇଁ ଘଟିଥାଏ। ବିପର୍ଯ୍ୟସ୍ତ ରାସ୍ତାଘାଟ ଏବଂ ତୃଟିପୁର୍ଣ୍ଣ ଟ୍ରାଫିକ୍ ବ୍ୟବସ୍ଥା େଯାଗୁଁ ଦେଶରେ ସଡ଼କ ଦୁର୍ଘଟଣା ଦୃତ ବୃଦ୍ଧିପାଉଥିବା ବେଳେ, ରାଜ୍ୟ ଏବଂ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଠିନଦେଇ କେବଳ ଗାଡ଼ି ·ଳକଙ୍କୁ ଦୋଷଦେଇ ବିଭିନ୍ନ ଭାବେ ସେମାନଙ୍କୁ ଆର୍ଥôକ ଦଣ୍ଡରେ ଦଣ୍ଡିତ କରିବା ସଂପୁର୍ଣ୍ଣ ଅଗଣତାନ୍ରିକ ଏବଂ ଜନସ୍ବାର୍ଥ ବିରୋଧି ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କର ଏହି ଆଇନ୍କୁ ପୂର୍ବଭାରତର ୧୮ଟି ରାଜ୍ୟ ଲାଗୁ କରିନଥିବା ବେଳେ, ଓଡ଼ିଶା ସରକାର ଗରୀବ ରାଜ୍ୟରେ ଏହି ଆଇନ୍ ଲାଗୁକରି ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି। ସରକାର ଏହି ଆଇନ୍କୁ ସାଧାରଣ ଲୋକଙ୍କ ପ୍ରତି କଡ଼ାକଡ଼ିଭାବରେ ଲାଗୁ କରିଥିଲେ ମଧ୍ଯ ସରକାରୀ ଯାନବାହାନ ଗୁଡ଼ିକୁ ଏଥିରୁ ବାଦଦେବା ଘଟଣା ଅତ୍ୟନ୍ତ ଅସୋନ୍ତଷ ଜନକ ଅଟେ। ସାଧାରଣ ଲୋକଙ୍କ ଗାଡ଼ି ଯା କରୁଥିବା ପୁଲିସ ଗାଡ଼ିର ନମ୍ବର ପ୍ଲେଟ୍ ନଥିବା ଏପରିକି ଅଧିକାଂଶ ସରକାରୀ ଗାଡ଼ିରେ କୌଣସି କାଗଜପତ୍ର ନଥିବାବେଳେ, ସେମାନଙ୍କ ପ୍ରତି କୌଣସି କଟକଣା ନାହó। କିନ୍ତୁ ନିରୀହ ଲୋକଟିଏ ଅତି ନଗଣ୍ୟ ଭୁଲପାଇଁ ଅତ୍ୟଧିକ ଆର୍ଥିକ ଜୋରିମନା କରାଯିବା ନିନ୍ଦନୀୟ ଘଟଣାବହୁଳ ଅଟେ। ତେଣୁ ଜନଅସୋନ୍ତଷର ପ୍ରତିଫଳନକୁ ଦୃଷ୍ଠିରେ ରଖô ତୁରନ୍ତ ଏହି ଆଇନ୍କୁ ପ୍ରତ୍ୟାହାର କରିବା ଜରୁରୀ ହୋଇପଡ଼ିଛି। ଯଦି ଏହାକୁ କାର୍ଯ୍ୟକାରୀ କରାନଯାଏ ତେବେ ଧରାପଡ଼ୁଥିବା ଗାଡ଼ି·ଳକ ମାନେ ରାସ୍ତାରେ ଗାଡ଼ିରଖô ରାସ୍ତା ଅବରୋଧ କରାଯିବା ସହିତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ରୀଙ୍କୁ ଚିଠିଲେଖô ସଂଗଠନର ସାଧାରଣ ସଂପାଦକ ଆଇନ୍ଜୀବୀ ଦେବେନ୍ଦ୍ର କୁମାର ପଣ୍ଡା,ସାମ୍ବାଦିକ ମନୋଜ କୁମାର ପଣ୍ଡା,ବିଜୟା ନନ୍ଦ ସାମଲ, ମିନତୀ ପାଢ଼ୀ, ଜୟନ୍ତ କୁମାର ପେଢ଼ୀ, ସୁସାନ୍ତ ନାୟକ, ତ୍ରିଲୋଚନ ନାୟକ, ଧନେଶ୍ବର ମଲ୍ଲିକ, ଜଯାତି କେଶରୀ ପଟ୍ଟନାୟକ, ପ୍ରତାପ କୁମାର ମଲ୍ଲିଆ,ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରବିତ୍ର ମୋହନ ଜେନା, ଜଜେ୍ଞଶ୍ବର ମହାପାତ୍ର, ପ୍ରମୁଖଙ୍କ ଦସ୍ତକତ ମାଧ୍ୟମରେ ମୁଖ୍ୟମନ୍ରୀଙ୍କୁ ସତର୍କ କରାଇ ଏଥିପାଇଁ ଯାହା ଆଇନ୍ ଶୃଙ୍ଖଳା ପ୍ରରିସ୍ଥିତି ସୃଷ୍ଠିହେବ ସେଥିପାଇଁ ସରକାର ଦାୟୀରହିବେ ବୋଲି ଗଣମାଧ୍ୟରେ ଘୋଷଣା କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO