
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଆଶ୍ବସ୍ତି ଫାଉଂଡେସନ ଟ୍ରଷ୍ଟ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା |ଏହି ଅବସରରେ ବାସେଳୀ ସାହି ଥାନା ଉପ-ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବୁଦ୍ଧରାୟ ମାଝି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ |ଏତତ ବ୍ୟତୀତ ପୁରୀ ନ୍ୟାୟାଳୟର ସହ-ସରକାରୀ ଓକିଲ ଶ୍ରୀ ଭଗବାନ ପଢ଼ିଆରୀ ମଧ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ | ସଭାପତି ଆଇନ୍ ଜୀବି ଦିପକ୍ କୁମାର ପଣ୍ଡା ଜାତୀୟ ପତାକା ଉତୋଳନ କରିବା ସହ ସମସ୍ତଙ୍କୁ ଗଣତନ୍ତ୍ରର ମହତ୍ୱ ଏବଂ ଏହାର ଲକ୍ଷ ଵିଷୟରେ ଅବଗତ କରାଇଥିଲେ । ସଂଗଠନର ଉପସଭାପତି ଶ୍ରୀ ମହାବୀର ପଣ୍ଡାଙ୍କ ତତ୍ୱାବଧାନରେ ସ୍ବପ୍ନା ବିଶ୍ୱାଳ, ମୀନାକ୍ଷୀ ମହାନ୍ତି, ରାଜେଶ ତ୍ରିପାଠୀ, ମୋନାଲିଶା ଶ୍ରୀଚନ୍ଦନ, ସଂଘମିତ୍ରା ପଣ୍ଡା, ଦେବାଶିଷ କର ଏବଂ ଅନ୍ୟ ସମସ୍ତ କର୍ମକର୍ତା ମାନେ ମିଶି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ସମ୍ପାଦିକା ଗୀରିଜା ମଞ୍ଜରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ବିରାମ ଦେଇଥିଲେ |