ଭୁବନେଶ୍ୱର – ଆସନ୍ତା ଡିସେମ୍ବର ୨୦ ରୁ ୨୨ ରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଆର.ଏମ୍.ଏନ୍.ଏଚ୍ ପରିସରରେ “ଖଣି ଏବଂ ପରିବେଶ’ ବିଷୟକୁ ୧୦ମ ଓଡିଶା ପରିବେଶ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରକୃତି ଆମ ରାଜ୍ୟକୁ ଖଣିଜ ସମ୍ପଦରେ ବିଭବଶାଳୀ କରିଛି । ଖଣି ଆମ ଅର୍ଥନୀତିକୁ ସମୃଦ୍ଧ କରିଛି । କିନ୍ତୁ ସେହି ଖଣି ଆଜି ଅନେକ କ୍ଷେତ୍ରରେ ରାଜ୍ୟର ବିକାଶ ପରିବର୍ତେ ବିନାଶର କାରଣ ପାଲଟିଛି । ବିଶେଷକରି ପରିବେଶ ଏହା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛି । ଖଣି ଅଂଚଳରେ ପାଣି ପବନ, ମାଟି, ଜଙ୍ଗଲ ଇତ୍ୟାଦି ପ୍ରଦୂଷଣ ଏବଂ ଅବକ୍ଷୟର ଶିକାର ହୋଇଛି । ତିନି ଦିନିଆ ପରିବେଶ କଂଗ୍ରେସରେ ଏହି ବିଷୟକୁ ନେଇ ଚର୍ଚ୍ଚା ହେବ । ରାଜ୍ୟ ଏବଂ ରାଜ୍ୟ ବାହାରୁ ୩୦ ଜଣ ଗଭେଷକଙ୍କର ପ୍ରବନ୍ଧ ସବୁକୁ ସମ୍ପାଦିତ କରାଯାଇ ଏକ ପୁସ୍ତକ ପ୍ରକାଶ ପାଇବ, ଯାହା ଉପରେ ତିନି ଦିନ ଧରି ଆଲୋଚନା ହେବ । “ଦାୟିତ୍ୱସମ୍ପନ୍ନ ଖଣି ଖନନ ଓ ଖଣି ଶିଳ୍ପ’ ଉପରେ ଏକ ବିଶେଷ ଅଧିବେଶନ ଅନୁÂିତ ହେବ ଯେଉଁଥିରେ ଖଣି ଶିଳ୍ପ ମାନେ ଭାଗ ନେବେ ।
ସେହିପରି ଖଣି ଦ୍ୱାରା ପ୍ରଭାବିତ ଅଞ୍ଚଳର ଲୋକ ଏବଂ ଜନ ଆନେ୍ଦାଳନ ଗୁଡିକ “ଭୁକ୍ତଭୋଗୀଙ୍କ ସ୍ୱର’ ଶୀର୍ଷକ ବିଶେଷ ଅଧିବେସନରେ ଭାଗ ନେବେ । ତିନିଦିନର ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ୧୫ ଡିସେମ୍ବର ରବିବାର ଦିନ ଆର.ଏମ୍.ଏନ୍.ଏଚ୍ ପରିସରରେ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖଣି ଏବଂ ପରିବେଶ ବିଷୟକୁ ନେଇ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତାର ଆୟୋଜନ କରାଯିବ ଏବଂ କଂଗ୍ରେସ ପୂର୍ବବତ୍ତୀ କାର୍ଯ୍ୟକ୍ରମ ହିସାବରେ କେନ୍ଦୁଝର ଓ ଝାରସୁଗୁଡା ଠାରେ ପରିବେଶ ଓ ଖଣି ବିଷୟକୁ ନେଇ ଦୁଇଟି ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜନ କରାଯିବାର ବ୍ୟବସ୍ଥା ରହିଛି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ପରିବେଶ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଧିରେନ କୁମାର ରାୟ, କାର୍ଯ୍ୟକାରି ସଂପାଦକ ଶ୍ରୀ ସୁଦର୍ଶନ ଦାସଙ୍କ ସମେତ ଡ: ବିଧୂ ଭୂଷଣ ସାମନ୍ତ, ସରିତା ସାମଲ ପ୍ରମୁଖ ଯୋଗ ଦେଇଥିଲେ ।