ଭୁବନେଶ୍ୱର : ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କେବଳ ଓଡ଼ିଶାରେ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ କରାଯିବ ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି । ମଞ୍ଚର ଆବାହକ ଲିଙ୍ଗରାଜ ସାହୁ ସୂଚନା ଦେଇ କହିଛନ୍ତି ଯେ, ଦେଶରେ ବିଭିନ୍ନ ସ୍ଥାନରେ ସତ୍ୟ ପଦାକୁ ଆଣିବା ବେଳେ ଆକ୍ରୋଶର ସମ୍ମୁଖିନ ହେଉଛନ୍ତି । କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ମହାରାଷ୍ଟ୍ର ପରି ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଓଡ଼ିଶାରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ଅଭିଯାନ କରାଯିବ । ଓଡ଼ିଶା ବିଧାନ ସଭାରେ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ପାଇଁ ମଞ୍ଚ ପକ୍ଷରୁ ରାଜ୍ୟର ୫ଜଣ ମନ୍ତ୍ରୀ ଓ ୫୦ଜଣ ବିଧାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ନିବେଦିନ କରାଯାଇଛି । ସେହିପରି ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିବା ସହ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବିଭିନ୍ନ ରାଜ୍ୟର ବରିଷ୍ଠ ସାମ୍ବାଦିକ ଓ ପଦାଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
Related Stories
November 23, 2024