
ଗଞ୍ଜାମ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଛତ୍ରପୁର ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ଆଜି ତଦାରଖ କରିଛନ୍ତି । ପୁତିଗୋପାଳପୁର ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ନିର୍ମାଣାଧିନ ସ୍ମାର୍ଟ ପାର୍କ, ହକି ଷ୍ଟାଡ଼ିୟମ୍ ଓ ପିଲିବନ୍ଧ ପାର୍କର ଅଲୋକୀକରଣ ଓ ପରିମଳ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ଜିଲ୍ଲାପାଳ ଶ୍ରୀ ପରିଡ଼ାଙ୍କ ଏହି ଗସ୍ତ ସମୟରେ ସେଠାରେ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଉମାକାନ୍ତ ନାୟକ ଓ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡ଼ଙ୍ଗିଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।