
ଗଞ୍ଜାମ, ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡର ରିତେଶ କୁମାର, ମାଲକାନଗିରିର କୃଷ୍ଣ କାରା, ଦିଗପହଣ୍ଡି ନାରାୟଣପୁରର ତପନ ବିଶୋଇ ଓ କଟକ ଲଖନପୁରର କାହ୍ନୁ ବେହେରା ।
ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଉଦୟ ଚନ୍ଦ୍ର ସାମନ୍ତ, ଏଏସଆଇ ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଏକ ଟିମ୍ ବ୍ରହ୍ମପୁର ଫାଷ୍ଟ ଗେଟ୍, ଗୋପାଳପୁର ଜଙ୍କସନ୍ ଓ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଚଢ଼ଉ କରିଥିଲେ । ଚଢ଼ଉରେ ୪ ଜଣଙ୍କୁ ଠାବ କରିବା ସହ ସେମାନଙ୍କ ଠାରୁ ମୋଟ୍ ୨୫ କେଜି ଗଞ୍ଜେଇ ଜବତ କରିଥିଲେ। ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ।