
ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ଜୁରା ସରକାରୀ ହାଇସ୍କୁଲ ପରିସରରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ପୂର୍ବତନ ବ୍ଳଜ ଅଧକ୍ଷ ଲାଷ୍ମୀଚରଣ ପାତ୍ରଙ୍କ ସଂଯୋଜନାରେ ବିଧାୟକ ରମେଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ଗାୟତ୍ରୀ ଦତ୍ତ ନାୟକ, ଆଇଆଇସି ଅଜୟ କୁମାର ବାରିକ, ସରପଞ୍ଚ ଲିସାରାଣୀ ପାତ୍ର, ସମିତି ସଭ୍ୟ ରଘୁନାଥ ସାହୁ ଯୋଗଦାନ ଦେଇଥିଲେ। ମୋଟ ୧୫୭ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୭ଜଣକୁ ଚଷମା ଦିଆଯାଇଥିଲା ଓ ସେଥି ମଧ୍ୟରୁ ୩୨ଜଣଙ୍କୁ ପରଳ ଚିକିତ୍ସା ପାଉ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଛି। କ୍ୟାମ୍ପ ମେନେଜର ନଳିନୀକାନ୍ତ ରାଉତ, ଅପରେସନ ମ୍ୟାନେଜର ବିଶ୍ଵଜିତ ଦେହୁରୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅରବିନ୍ଦ ମହାନ୍ତି, ଏନ ଭାଗ୍ୟଲଷ୍ମୀ, ବିପି ସାମଲ, ଶୁଭମ ପାଣିଗ୍ରାହୀ, ଟେକ୍ନିସିଆନ ମିସ କୋମଲ, ଅନ୍ନପୂର୍ଣ୍ଣା, ଚିତ୍ରସେନ ଗୌଡ଼, ଶିବାନି ପାୟଲ, ଇପିଲି ସାଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।