ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ, ରେଡ୍ ରିବନ କ୍ଳବ ଓ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। ସ୍ଵେଚ୍ଛାସେବୀ ମାନେ ପ୍ରଥମେ ଜଗନ୍ନାଥ ପ୍ରସାଦ ମା କରଞ୍ଜେଇ ପୀଠରୁ ଏକ ସଚେତନତା ପଦଯାତ୍ରା ଆରମ୍ଭ ହୋଇ ଗୋଷ୍ଠୀ ଚିକିତ୍ସାଳୟରେ ପହଞ୍ଚିଥିଲା। ଚିକିତ୍ସାଳୟ ପରିସରରେ ଡ଼କ୍ତର ଏବଂ ସମନ୍ୱିତ ପରାମର୍ଶ କେନ୍ଦ୍ରର ପରାମର୍ଶଦାତା ପ୍ରଶାନ୍ତ କୁମାର ଦାଶ ସ୍ଵେଚ୍ଛାସେବୀ ମାନଙ୍କୁ ICTC କେନ୍ଦ୍ର ପରିଦର୍ଶନ କରାଇଥିଲେ ଏବଂ ଝିଅ ମାନଙ୍କୁ ବୁଝାଇ ଥିଲେ ମା ଠାରୁ ଶିଶୁକୁ କିପରି ଏଡସ୍ ବ୍ୟାପେ ତାର ପ୍ରତିକାର କିପରି କରାଯାଇପାରିବ। ସ୍ଵେଚ୍ଛାସେବୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଏଡସ୍ ସୁରକ୍ଷା ସମ୍ପର୍କରେ ଜନ ଜାଗରଣ ସ୍ରୁଷ୍ଟି କରିଥିଲେ। ସଚେତନତା ପଦଯାତ୍ରା ଜଗନ୍ନାଥର ପ୍ରସାଦ ବିଭିନ୍ନ ସାହି ପରିକ୍ରମା କରି ପଞ୍ଚାୟତ ସମିତି ଠାରେ ସମାପ୍ତ ହୋଇଥିଲା। ଏହା ପରେ କଲେଜ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଆଇନ ଯିବି ନିରାକାର ସାହୁ ଯୋଗଦେଇ ଏଡସ୍ ନିରାକରଣ, ଗଞ୍ଜାମ ରେ ଏଡସ୍ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମକୁ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଅଧ୍ଯାପକ ଲୋକନାଥ ମହାନ୍ତି ସଂଯୋଜନା କରିଥିଲେ। ପି ତୁଳସୀ ସେନାପତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ସଭାପତି ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ନିରଞ୍ଜନ ଆରୁଖ, ଗୋପାଲ ନାୟକ, ଚନ୍ଦନ ବିଶ୍ଵାଳ, ଦୀପକ ବେହେରା, ଜିତେନ୍ଦ୍ର ପ୍ରଧାନ, ଅଶ୍ଵିନି ସାହୁ ଅଶୋକ ବାରିକ ଓ ସମୀର ନାୟକ ସହଯୋଗ କରିଥିଲେ।