
ଭଞ୍ଜନଗର – ଘୁମୁସର ହସ୍ପିଟାଲ ତରଫରୁ ବିଶ୍ୱ ଏଡ୍ସ ଦିବସ ଅବସରରେ ଏଡ୍ସ,ମଧୁମେହ ଓ ଥାଇରଏଡ଼ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଡ଼. ସୁନୀଲ କୁମାର କୋଟା,ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, କେ.ଏସ. ୟୁ. ବି କଲେଜ ଅଧ୍ୟକ୍ଷ ଡ଼. ନିଳାଞ୍ଚଳ ମୁନୀ, କୃତିବାସ ବିଶ୍ୱାଳ, ଦିବାକର ନାୟକ, ଅନୁପମ ବାନାର୍ଜୀ, ଶୂଳ ପାଣି ଶତପଥି, ସନ୍ତୋଷ କୁମାର ଜେନା, ଶଙ୍କର ପ୍ରସାଦ ପଟ୍ଟନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ। ଡ଼. କୋଟା ମଧୁମେହ ଓ ଥାଇ ରଏଡ଼ ରୋଗ ସମ୍ପର୍କରେ କହିଥିଲେ।ଏହାପରେ ଛାତ୍ର ଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଏକ ସଚେତନତା ରାଲ୍ଲୀ ସହର ପରିକ୍ରମା କରିଥିଲା।