
ବୌଦ୍ଧ, ସଡକ ସୁରକ୍ଷା ସପ୍ତାହ ମଙ୍ଗଳବାର ଉଦ୍ଯାପିତ ହୋଇଛି । ସଡକ ସୁରକ୍ଷା ସପ୍ତାହ ଉଦଯାପନି ଦିବସ ରେ ଆୟୋଜିତ ହୋଇଛି ସଚେତନତା ରାଲି ଓ ସଭା l ଆଞ୍ଚଳିକ ପରିବହନ ବିଭାଗ , ଜିଲା ପ୍ରଶାସନ, ଜିଲା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ରାଲି ସହର ପରିକ୍ରମା କରିଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରାଲିକୁ ପତାକା ଦେଖାଇ ଆରମ୍ଭ କରିଥିଲେ । ବୌଦ୍ଧ ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଛି । ସଡକ ସୁରକ୍ଷା ସପ୍ତାହ ଉଦଯାପନି ଦିବସରେ ଏକ ସଚେତନତା ରାଲି ଓ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ , ଜିଲ୍ଲା ପ୍ରଶାସନ , ଜିଲ୍ଲା ପୁଲିସବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ସଚେତନ କରାଇବା ଉଦେଶ୍ୟରେ ବିଭିନ୍ନ ରାଲି ସହର ପରିକ୍ରମା କରିଥିଲା । ରାଲିରେ ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି , ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି, ଜିଲ୍ଲା ଘରୋଇ ବସ ମାଲିକ ସଂଘର ସଭାପତି ,ଅଟୋ ଓ ଟ୍ୟାକ୍ସି ସଂଘର ସଭାପତି ଓ ସଦସ୍ୟ ମାନେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲା ପୁଲିସ ପକ୍ଷରୁ ଆୟୋଜିତ ରାଲିରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ପ୍ରଶାସନକି ଅଧିକାରୀ, କର୍ମଚାରୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ । ଏନେଇ ଟାଉନ ହଲ ଠାରେ ଏମଭିଆଇ ମିଲି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଶିବ ପ୍ରସାଦ ମିଶ୍ର , ସାଧାରଣ ସଂପାଦକ ସ୍ୱାଧିନ ବିଶ୍ୱାଳ , ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି ବିପିନ ବିହାରି ବ୍ରହ୍ମା ଯୋଗ ଦେଇ ସଚେତନତା ଉପରେ ମତ ବ୍ୟକ୍ତ କରିଥିଲେ ।