ବୌଦ୍ଧ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କଣ୍ଟାମାଳ ବ୍ଲକ ରେ ହୋଇଥିବା ମହାଦୁର୍ନୀତି କୁ ନେଇ ପ୍ରଶାସନକୁ ଘେରିଲା ବିଜେପି l କଣ୍ଟାମାଳ ବ୍ଲକ ରେ ରାଜନୈତିକ ଚକ୍ରାନ୍ତ କରାଯାଇ ଆବାସ ଯୋଜନା ରେ ଅଯୋଗ୍ୟ ହିତାଧିକାରୀ ଙ୍କୁ ଘର ଦିଆଯାଇଥିବା ବିଜେପି ଅଭିଯୋଗ କରିଛି l ଏନେଇ କଣ୍ଟାମାଳ ଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହ ଏହାକୁ ପ୍ରସଙ୍ଗ କରି ଆନ୍ଦୋଳନ ଧମକ ଦେଇଛି l ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ କହ୍ନେଇ ଚରଣ ଡାଙ୍ଗ ଏହି ମହାଦୁର୍ନୀତି ର ଉପଯୁକ୍ତ ତଦନ୍ତ ଦାବି କରିବା ସହ ପ୍ରକୃତ ହିତାଧିକାରୀ କୁ ଚୟନ କରି ପ୍ରଧାନମନ୍ତ୍ରୀ ଆବାସ ଦେବାକୁ ଦାବି କରିଛନ୍ତି l ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ କହ୍ନେଇ ଚରଣ ଡାଙ୍ଗ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ ବିଜେପି ନେତା ଚିତ୍ତରଞ୍ଜନ ପାତ୍ର, ଅନିଲ କୁମାର ପ୍ରଧାନ, ନିରଞ୍ଜନ କର୍ଣ, ପିନାକଧର ରଣା ପ୍ରମୁଖ ଉପସ୍ଥିତ ଥିଲେ l କଣ୍ଟାମାଳ ବ୍ଲକ ରେ ଦିଆ ଯାଇଥିବା ଆବାସ ଯୋଜନା ରେ ଅଯୋଗ୍ୟ ହିତାଧିକାରୀ ଙ୍କୁ ଏହି ଘର ଦିଆଯାଇଥିବା ବିଜେପି ଅଭିଯୋଗ କରିଛି l ଏପରିକି ଯେଉଁ ଲୋକ ଘର ନପାଇବା କଥା ସେପରି ଲୋକଙ୍କୁ ଘର ଦିଆ ଯାଇଥିବା ବିଜେପି ଅଭିଯୋଗ କରିଛି l ତେଣୁ ଏହାଉପଯୁକ୍ତ ତଦନ୍ତ ଦାବି କରି ଛି ବିଜେପି ପୁଣି ଥରେ ପ୍ରକୃତ ହିତାଧିକାରୀ କୁ ଚୟନ କରି ପ୍ରଧାନମନ୍ତ୍ରୀ ଆବାସ ଦେବାକୁ ବିଜେପି ଦାବି କରିଛି l ଯଦି ଉପଯୁକ୍ତ ହିତାଧିକାରୀ ଙ୍କୁ ଘର ନମିଳିଲେ ଆଗାମୀଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ କରିବାକୁ ବିଜେପି କହିଛି l