
ଭୁବନେଶ୍ଵର, ଆଜି ସକାଳେ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି ।
ନୟାଗଡ଼, ଗୋପାଳପୁର, ଖୋର୍ଦ୍ଧା, କଟକ, ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ନୟାଗଡରେ ୩୦ ମିଟର, ଗୋପାଳପୁରରେ ୫୦ ମିଟର, ଖୋର୍ଦ୍ଧାରେ ୫୦ ମିଟର, କଟକରେ ୧୦୦ ମିଟର, ଫୁଲବାଣୀରେ ୧୦୦ ମିଟର ରହିଛି ।
ସେହିପରି ଅନୁଗୁଳ, କୋରାପୁଟ, ବାରିପଦା, ପାରାଦୀପ, ଭବାନୀପାଟଣା, ସମ୍ବଲପୁର, ହୀରାକୁଦରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ଥିଲା ଅନୁଗୁଳରେ ୨୦୦ ମିଟର, କୋରାପୁଟରେ ୨୦୦ ମିଟର, ବାରିପଦାରେ ୩୦୦ ମିଟର, ପାରାଦୀପରେ ୫୦୦ ମିଟର, ଭବାନୀପାଟଣାରେ ୫୦୦ ମିଟର, ସମ୍ବଲପୁରରେ ୮୦୦ ମିଟର ଏବଂ ହୀରାକୁଦରେ ୯୦୦ ମିଟର ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।