ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ଗ୍ରାମ ପଞ୍ଚାୟତରେ ଶନିବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ପରିବେଶ ସଫା ରଖିବା ଓ ପୋଡାମାରି ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଗ୍ରାମବାସୀ ମାନଙ୍କୁ ସଚେତନତା କରିବା ସହ ଏକ ଅଭିନବ ପ୍ରୟାସ ଜାରି ରଖିଥିଲେ। ଯେଉଁ ଗ୍ରାମବାସୀ ଏକ କିଲୋ ପ୍ଲାଷ୍ଟିକ ଦବ ତାଙ୍କୁ ଉକ୍ତ ପରିମାଣର ଆଳୁ ଦିଆଯିବ ବୋଲି ଜନସାଧାରଣଙ୍କୁ କହିଥିଲେ। ଏଥି ସହ ସମସ୍ତ ଖର୍ଚ୍ଚ ନିଜେ ସରପଞ୍ଚ ବହନ କରିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ସରପଞ୍ଚ ପ୍ରତିନିଧି ସନ୍ତୋଷ ବିଷୋୟୀ ଗ୍ରାମର ଦୁଇ ଜଣ ଲୋକଙ୍କୁ ପ୍ଲାଷ୍ଟିକ ଓଜନର ଆଳୁ ଦେଇଥିବା ଜଣାପଡିଛି। ସରପଞ୍ଚଙ୍କ ଏଭଳି ଉନ୍ନତିଯୋଗ୍ୟ କାର୍ଯ୍ୟକୁ ଗ୍ରାମବାସୀ, ସମସ୍ତ ୱାର୍ଡ ସଭ୍ୟ, ଅଙ୍ଗନବାଡି କର୍ମୀ, ଗାଁ କଲ୍ୟାଣି ସମିତି ପ୍ରମୁଖ ପ୍ରଶଂସା କରିଥିଲେ। ଏଥିସହ ଗ୍ରାମର ବିକାଶ ଦିଗରେ ଅଗ୍ରଗତି ନେଇ ଏକ ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗାଁ କଲ୍ୟାଣ ସମିତି ସଭାପତି ପ୍ରଭାକର ସାହୁ, ପୂର୍ବତନ ଶିକ୍ଷକ ଭାସ୍କର ପାଢ଼ୀ, ରବୀନ୍ଦ୍ର ଦାସ, ଶତ୍ରୁଘନ ଜେନା, ନୃସିଂହ ପାଢ଼ୀ, ବୃନ୍ଦାବନ ପ୍ରଧାନ, ଉମାଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ
Related Stories
November 22, 2024