
ଭଞ୍ଜନଗର – ଭଞ୍ଜନଗର ଶ୍ରୀ ବିହାର ଠାରେ ଥିବା ଜି.ଆର.ସି ଓ ବି.ସି.ସି.ଏମ କଲେଜ ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଅମର ନାଥ ରଥ ଯୋଗଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଡ଼ି.ଏ.ଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ବାସୁଦେବ ପାଣିଗ୍ରାହୀ ଏବଂ ଉଭୟ କଲେଜର ଅଧ୍ୟକ୍ଷ ଗୌରୀ ଶଙ୍କର ହୋତା, ସମ୍ପାଦକ ତ୍ରୈଲୋକ୍ୟ ପଣ୍ଡା ଉପସ୍ଥିତ ଥିଲେ।ଏଥିରେ ପ୍ରଫେସର ଶ୍ରୀନିବାସ ପାତ୍ର,ଦିଲୀପ କୁମାର ତ୍ରିପାଠୀ,ଗିରିଶ ଚନ୍ଦ୍ର ଦାଶ,ଦିଲୀପ ନାୟକ, ତୋଫାନ ତାରିଣୀ, ସସ୍ମିତା ଦାସ ଓ ସିପ୍ରା ସ୍ୱାଇଁ ସହଯୋଗ କରିଥିଲେ। ବିଭିନ୍ନ କ୍ରୀଡା ରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ।