ଭଞ୍ଜନଗର – ଆଜି ସ୍ଥାନୀୟ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି | ଡିସେମ୍ବର 15 ତାରିଖ ପରଠାରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ | ଏଣୁ ପ୍ୟାକସ ଗୁଡିକରେ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ସହ ପ୍ରସ୍ତୁତ ରହିବାପାଇଁ ନିର୍ଦେଶ ଦେଇଛନ୍ତି | ଚଳିତ 2019-20 ବର୍ଷ ପାଇଁ ଭଞ୍ଜନଗର ଉପଖଣ୍ଡ ରେ 47 ହଜାର 98 ଜଣ ଚାଷୀ ପଞ୍ଜିକରଣ କରିଛନ୍ତି | 125 ଟି ପ୍ୟାକସ ଏବଂ 27 ଗୋଟି ଏସ. ଏଚ. ଜି ଗ୍ରୁପ ମାଧ୍ୟମରେ ଧାନ କିଣା ଯିବ | ଯଦି କୌଣସି ଚାଷୀ ବିକଳାଙ୍ଗ ଥିବ ତେବେ ସେ ନୋମିନି ସହାୟତାରେ ସେ ମଣ୍ଡିରେ ଧାନ ବିକ୍ରି କରିପାରିବ | ବୈଠକରେ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଲିଙ୍ଗରାଜ ବେହେରା ଧାନର ଗୁଣବତ୍ତା ର ନିୟମା ବଳି ସଂକ୍ରାନ୍ତରେ ଧାନ ସଂଗ୍ରହ କରାଯିବ ସେ ବାବଦରେ ଉପସ୍ଥାପନ କରିଥିଲେ | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ତହସିଲଦାର ଦିନମଣି ନାୟକ.,, ବି. ଡି. ଓ ଅନିଲ ସେଠୀ ସମେତ ସମସ୍ତ ବ୍ଲକ ର ବି. ଡି. ଓ., ତହସିଲଦାର, ସମସ୍ତ ସି. ଡି. ପି. ଓ, ସମସ୍ତ ଏମ. ଆଇ.. ଏବଂ ସମସ୍ତ ମିଲର ମାନେ ଉପସ୍ଥିତ ଥିଲେ |

Related Stories
November 22, 2024