
ରାଉରକେଲା, ରାଉରକେଲା ଇସ୍ପାତ କାରଖାନା (ଆରଏସପି)ରେ ୨୦୨୩ ମସିହା ଆରମ୍ଭରେ ଗତ ୧୦ ତାରିଖରେ ଜଣେ ଠିକା ଶ୍ରମିକଙ୍କ ମୁଣ୍ଡ କଟି ମୃତ୍ୟୁ ଘଟଣା ଆଲୋଚନା ଭିତରେ ରହିଥିବା ବେଳେ, ଗତକାଲି ଆରଏସପି ର ଏସଏମଏସ-୨ରେ ଜଣେ ନିୟମିତ କର୍ମଚାରୀ ବିଜୁଳି ମେକାନିକଙ୍କର ସୁରକ୍ଷା ଅଭାବରୁ ମୃତ୍ୟୁ ହୋଇଥିବା ଖବର ମିଳିଛି । ତାଙ୍କ ନାମ ଆଲପୋନ୍ସ ବାକ୍ସଲା (୫୫), ସେ ସେକ୍ଟର ଅଂଚଳରେ ରୁହନ୍ତି। ଗତକାଲି ଡ୍ୟୁଟିରେ ଥିବାବେଳେ ଆରଏସପି ଭିତରେ ଥିବା ଅଣ୍ଡର ଗ୍ରାଉଣ୍ଡ ଅଁଚଳରେ ବିଜୁଳି ସେବାକୁ ନେଇ କୌଣସି ସମସ୍ୟାର ସମାଧାନ ଲାଗି ସେ ଭିତରକୁ ଯାଇଥିଲେ,ଭିତରେ ତାଙ୍କ ସହ କୌଣସି ସହଯୋଗୀ ମଧ୍ୟ ନଥିଲେ, ସେଠାରେ ପାଣି ସାଂଗକୁ ନାନା ଅଳିଆ ଅଡୁଆ ହୋଇ ପଡିଥିବା ତାର ଭିତରେ କାମ କରୁଥିବା ବେଳେ ଅଣନିଶ୍ଵାସି ହୋଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଶ୍ରମିକ ସଂଗଠନ ମାନେ କହୁଛନ୍ତି । ତେବେ ଦିର୍ଘ ବର୍ଷ ବର୍ଷ ଧରି ଆରଏସପିରେ ଏହିଭଳି ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ବେଳେ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।