ରାଉରକେଲା,ସହର ସାରା ଆରଏସପି ଇଲାକାରେ ଜବରଦଖଲରେ ଅନେକ ବସ୍ତି, ଏସବୁ ଆରଏସପିର ଲ୍ୟାଣ୍ଡ ଗାର୍ଡ ବିଭାଗ ଦିର୍ଘ ଦିନ ହେଲା ଦେଖୁଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ, ହେଲେ ଗାନ୍ଧୀଜୀଙ୍କ ନାମରେ ପାର୍କ କରାଜିବ ବୋଲି ଇସ୍ପାତ ମାର୍କେଟ ପାଖରେ ଦିର୍ଘ ୫୦ ବର୍ଷ ଧରି ରହୁଥିବା ୭୦ ପରିବାରକୁ ଥାଇଥାନ ନକରି ରାଉରକେଲା ଇସ୍ପାତ କାରଖନା କର୍ତୁପକ୍ଷ ସେମାନଙ୍କ ଘର ଭାଂଗିଦେବା ଓ ସେମାନେ ୭ ଦିନ ହେଲା ରାସ୍ତା କଡରେ ଥଣ୍ଡାରେ ଶୋଇ ରହିବା ଘଟଣା ଆଜି ସହରର ବୁଦ୍ଧିଜୀବି ମହଲରେ ନାନା ପ୍ରଶ୍ନ ଠିଆକରିଛି । ରାଉରକେଲାରେ ହକି ବିଶ୍ଵକପ ଚାଲିଥିବା ବେଳେ କାଲିଠାରୁ ମ୍ୟୁଜିକ ଫେଷ୍ଟର ଆନନ୍ଦ ନେଉଛନ୍ତି ଲୋକେ। ନିଜେ ମୁଖ୍ୟମନ୍ତ୍ରୀ ରାଉରକେଲା ଆସିଥିଲେ । ଅନେକ ଅଫିସର, ଫାଇଭ-ଟି ସଚିବ ମଧ୍ୟ ଆସି ଫେରିଛନ୍ତି। ଆଜି ସେଲ ଚେୟାରମ୍ୟାନ ମଧ୍ୟ ରାଉରକେଲାକୁ ଖେଳ ଦେଖିବାକୁ ଆସୁଥିବାର ଖବର ମିଳିଛି । ତେବେ ଏତେ ଅମାନୁଷିକ ଭାବେ ୭୦ ପରିବାରର ଘର ଭାଂଗିଦେବା ସେମାନଙ୍କ ଜିନିଷପତ୍ର ନଷ୍ଟ ହେବା, ସେମାନେ ରିଂରୋଡ କଡରେ ପଡି ରହିବା ଆମ ଓଡିଶା ଓ ରାଉରକେଲାର କେଉଁ ସମ୍ମାନକୁ ବଢାଇଲା ବୋଲି ଆଲୋଚନା ଚାଲିଛି । ଖୋଦ ଗାନ୍ଧିଜୀ ଯେତେବେଳେ ନିଜ ଲାଗି କିଛି ଚାହିଁନଥିଲେ, ଦେଶବାସୀଙ୍କ ଲାଗି ସେ ସଦା ସର୍ବଦା ନିଜକୁ ଉତ୍ସର୍ଗୀକୃତ କରିଦେଇଥିଲେ ତାଙ୍କ ନାମରେ ହେବାକୁ ଥିବା ପାର୍କ ଲାଗି ସେ ଭଲପାଉଥିବା ମଣିଷ ଉପରେ ଏଭଳି ଅତ୍ୟାଚାର କାହିଁକି କରାଗଲା ସେ ଅଧିକାର କିଏ ଦେଲା ଏବେ ପ୍ରଶ୍ନ ହେଉଛି ।
ବସ୍ତିବାସିନ୍ଦାଙ୍କ କହିବା ଅନୁଶାରେ, ସେମାନେ କାମ ଧନ୍ଦା କରି ଚଳନ୍ତି, କିଏ ଠେଲା ଚଳାଏ ତ ଅଉ କିଏ ବାସନ ମାଜି ଭିକ ମାଗି ଚଳେ । ସେମାନେ ୫୦ ବର୍ଷରୁ ଅଧିକ ସମୟ ଧରି ସେହି ଅଂଚଳରେ ରହି ଆସିଛନ୍ତି, ତାଙ୍କ ବସ୍ତିର ନାମ ଗଣେଷ ବସ୍ତି ବୋଲି ପ୍ରାୟ ସମସ୍ତେ ଜାଣନ୍ତି । ଖାଲି ଏମାନେ ନୁହଁନ୍ତି ସହରର ଆରଏସପି ସମେତ ଅନ୍ୟ ଅଂଚଳରେ ଏହିଭଳି ଅନେକ ବସ୍ତି ରହିଛି । ଯଦି ଏମାନଙ୍କୁ ଉଠାଇବାର ଥିଲା ତେବେ ସେମାନଙ୍କୁ ପ୍ରଥମେ ଥଇଥାନ କରାଜିବାର ଆବଶ୍ୟକ ଥିଲା, ସେମାନେ ସେଠାରେ ନିଜ ଘର କରିସାରିବା ପରେ ତାଙ୍କୁ ଏଠାରୁ ଉଛେଦ କରାଯାଇପାରିଥାନ୍ତା, କିନ୍ତୁ ହଠାତ ଏଭଳି ଘର ଭାଂଗିଦେବା ଓ ସେମାନେ ରାସ୍ତା କଡରେ ଶୋଇବା କେତେ ଦୁର ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ ହେଉଛି । ଖାଲି ଆରଏସପିର ଖାଲି ଥିବା ଯାଗା ଏଠି ଜବରଦଖଲ ହୁଏନି ଆରଏସପିର ନିଜସ୍ଵ ଅନେକ ଘର ମଧ୍ୟ ଏଠି ଜବର ଦଖଲ ହୋଇ ରହିଛି, ସେଠାରେ ଅନେକ ବେଆଇନ କାମ ମଧ୍ୟ ଚାଲୁଛି । ଏନେଇ ଅନେକ ମାମଲା ମଧ୍ୟ ହେଉଛି, କିନ୍ତୁ ସେ ସବୁ ଘରକୁ ଦାୟିତ୍ଵରେ ଥିବା ଆରଏସପି ବାବୁ ମାନେ ଦଖଲକୁ ନେଇ ପାରୁନାହାନ୍ତି, ଖାଲି ମାର ମାର ଭଣ୍ଡାରିଆକୁ ମାର ନୀତିରେ ଏହି ଗରୀବ ମାନଙ୍କ ଉପରେ ଦାଉସାଧିବାରେ ଏମାନଙ୍କୁ ସୁବିଧା ହେଉଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।