କନ୍ଧମାଳ – ସରକାର ଜଙ୍ଗଲ ଓ ପରିବେଶ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମାଂଚଳ ଗୁଡିକରେ ଥିବା ଫରେଷ୍ଟ ବିଟ୍ ଗୁଡିକରେ ଫରେଷ୍ଟର କିମ୍ବା ଗାର୍ଡ ପ୍ରାୟତଃ ଯାଉନଥିବା କିମ୍ବା ରହୁନଥିବା ଅଭିଯୋଗ ହେଉଛି । ଫଳରେ ମୂଲ୍ୟବାନ ଜଙ୍ଗଲ ସଂପଦ ନଷ୍ଟ ହେଉଛି । ଏହି ସୁଯୋଗରେ ଚୋରା କାଠ ମାଫିଆ ମାନେ ଜଙ୍ଗଲ ଲୁଟି ନେଉଛନ୍ତି । ତେବେ, ଏନେଇ ପଚାରିଲେ ବାଲିଗୁଡା ଜଙ୍ଗଲ ବିଭାଗ ଡିଭିଜନ ଅର୍ନ୍ତଗତ କୋଟଗଡ, ବ୍ରାହ୍ମଣୀଗାଁ, ଦାରିଙ୍ଗବାଡି, ତୁମୁଡିବନ୍ଧ, ବାଲିଗୁଡା ଆଦି ସବୁ ମାଓଅଂଚଳ ହୋଇଥିବା ଦର୍ଶାଇ ଫରେଷ୍ଟର କିମ୍ବା ଫରେଷ୍ଟ ଗାର୍ଡ ଆଦୋ÷ କୁଆଡେ ନଯାଇ କାର୍ଯ୍ୟାଳୟରେ ବସି ଦରମା ନେଉଥିବା ଦେଖାଯାଉଛି । ଏପଟେ ଡିଏଫଓ କିମ୍ବା ରେଂଜର ମାନେ ମଧ୍ୟ ସେମାନଙ୍କୁ କିଛି ବି କହୁନଥିବା ଦେଖାଯାଉଛି । ଯଦି କାଁ ଭାଁ କାହାକୁ ପଚାରନ୍ତି ତେବେ, ସମସ୍ତେ ଜଙ୍ଗଲ ମନ୍ତ୍ରୀଙ୍କ ପାଖଲୋକ ଆମର କିଛି ଭୟ ନାହିଁ, ଆବଶ୍ୟକ ପଡିଲେ ମନ୍ତ୍ରୀଙ୍କୁ କହିଦେବୁ ବୋଲି ବୁଲି ବୁଲି କହୁଛନ୍ତି । ଜଙ୍ଗଲ ସୁରକ୍ଷା ବନୀକରଣ ସବୁ ଚୁଲିକୁ ଯାଉ, ଆପେ ବଂଚିଲେ ବାପର ନାଁ କହି ଜଙ୍ଗଲ ମଧ୍ୟରେ ଥିବା ବିଟ୍ ହାଉସକୁ ଯାଉନଥିବା ଜଣାପଡିଛି । ନିଜ ଇଛାରେ ଦିନେ ବେଳେ ସୁବିଧା ଦେଖି କିଏ କେମିତି ଯାଇ ବୁଲି ଆସୁଛନ୍ତି । ତୁମୁଡିବନ୍ଧ, ବେଲଘର, ବାଲିଗୁଡା, ବ୍ରାହ୍ମଣୀଗାଁ, କୋଟଗଡ ରେଂଜରେ ଏଭଳି ଚାଲିଛି ଜଙ୍ଗଲ ସୁରକ୍ଷା । ଫଳରେ କୋଟି କୋଟି ଟଙ୍କା ବ୍ୟୟ ସତ୍ୱେ ଜଙ୍ଗଲ ପରିମାଣ ବଢିବା ପରିବର୍ତେ ବରଂ କମୁଥିବା ଲକ୍ଷ୍ୟ କରାଯାଉଛି । ବନୀକରଣ, ବୃକ୍ଷରୋପଣ, ଚାରା ସୃଷ୍ଟି, ବାଉଁଶ ରୋପଣ, ସଚେତନତା କାର୍ଯ୍ୟକ୍ରମ ଲାଗି ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଉଛି ହେଲେ ଫଳ ଶୁନ୍ । ଉପର ଠାଉରିଆ ଭାବେ କିଛି କରିଦେଇ ବାକି ମିଥ୍ୟାବିଲ ପ୍ରସ୍ତୁତ କରି ଚଳୁ କରିବାରେ ବ୍ୟସ୍ତ କର୍ମଚାରୀ ମାନେ । ଅଭିଯୋଗ କଲେ ଶୁଣୁଛି ବା କିଏ? । ଡିଏଫଓ ସାହାବ ବି ମାଓଅଂଚଳ କହି କାଁ ଭାଁ ପରିଦର୍ଶନରେ ଆସୁଥିବା ବେଳେ ଅନ୍ୟ ସମୟ କାର୍ଯ୍ୟାଳୟରେ ରହି ତାଲିମ, ମିଟିଙ୍ଗ୍, ରିଭୁ୍ୟରେ ବ୍ୟସ୍ତ । ନଚେତ୍ ମିଟିଙ୍ଗ୍ ନାଁରେ ରାଜଧାନୀରେ ରୁହନ୍ତି । ଜଙ୍ଗଲ ବିଭାଗ କର୍ମଚାରୀ ଓ ଅଫିସର ମାନେ ନିÂା ଓ ଆନ୍ତରିକତାର ସହ କାର୍ଯ୍ୟ କଲେ ଜଙ୍ଗଲ ସୁରକ୍ଷା ହେବାସହ ପରିବେଶ ସୁସ୍ଥ ମଧ୍ୟ ରହିପାରିବ ବୋଲି ପରିବେଶବିତ୍ ମାନେ ମତପ୍ରକାଶ କରୁଛନ୍ତି । ଏପଟେ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟଜନ୍ତୁ ମଧ୍ୟ ଅସୁରକ୍ଷିତ ହୋଇପଡୁଛନ୍ତି । ଶିକାରୀ ମାନେ ବେଆଇନ ଜୀବଯନ୍ତୁ ଆଦି ନିର୍ଭୟରେ ଶୀକାର କରିବାରେ ବ୍ୟସ୍ତ । ଜଙ୍ଗଲ ସଚିବ, ଜଙ୍ଗଲ ମନ୍ତ୍ରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାସହ କାର୍ଯ୍ୟାନୁÂାନ ଗ୍ରହଣ କରିବାଲାଗି ଦାବୀ ହେଉଛି ।
Related Stories
November 23, 2024
November 23, 2024
November 23, 2024