
ଧର୍ମଶାଳା – ଯାଜପୁର ଜିଲା ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ସବ୍ ଡିଭିଜନ ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭିଗ ୨ ଅଧୀନରେ ରହିଛି । ଏହି ସବ୍ ଡିଭିଜନ ଅନ୍ତର୍ଗତ ଜାତୀୟ ରାଜପଥ(କ)ଠାରୁ କୁନ୍ଦଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତା ଅତି ନିମ୍ନମାନର ଭାବେ କରାଯାଇଛି । ଜାତୀୟ ରାଜପଥ(କ)ଠାରୁ ବଡଚଣା ବ୍ଲକ କୁନ୍ଦଳ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୧କୋଟି ୨୦ଲକ୍ଷ ୯୯ ହଜାରଟଙ୍କା ବ୍ୟୟ ବରାଦ କରାଯାଇ ରାସ୍ତା ନିର୍ମାଣ କରାଯାଇଛି ଏବଂ ଏହାର ୫ ବର୍ଷ ମରାମତି ନିମନ୍ତେ ୨୦ଲକ୍ଷ୮୧ ହଜାର୨୧୪ଟଙ୍କା ବ୍ୟୟ ଅଟକଳ କରାଯାଇଛି । ନିର୍ମାଣ ସମୟରେ ଏନେଇ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀଙ୍କ ନକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଫଳରେ ଠିକାଦାର ନିଜ ମନମୁତାବକ ନିମ୍ନମାନର କାର୍ଯ୍ୟକରି ସାରି ଚାଲିଯାଇଥିବା ବେଳେ ଏହି ପିଚୁ ରାସ୍ତା ବର୍ଷେ ପୁରିବା ଆଗରୁ ରାସ୍ତା ଫାଟି ଆଁ କରିବା ସହିତ ଅନେକ ସା୍ଥନରେ ପିଚୁ ଉଠିଗଲାଣି । ଯାହାକୁ ନେଇ ଲୋକେ ଏହି ରାସ୍ତାରେ ଯାତାୟତ କରିବା ଫଳରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ପ୍ରତି ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି କରାଯିବା ସହିତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।