କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦ ଙ୍କ ୧୬୧ ତମ ଜୟନ୍ତୀ ସଂପର୍କ, ନେହେରୁ ଯୁବ କେନ୍ଦ୍ର ସଂଗଠନ,ଏବଂ ସିଦ୍ଧ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ସମୁଦ୍ର କୁଳ ସ୍ଥିତ ସ୍ୱାମୀ ବିବେକା ନନ୍ଦଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଯୋଗ ଦେଇ ସ୍ୱାମୀଜୀ ଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି କହିଥିଲେ ସ୍ୱାମୀ ବିବେକା ନନ୍ଦ ଯୁବ ସମାଜ ର ସର୍ବକାଳୀନ ଆଦର୍ଶ।ପୁରୀ ପୋୖରାଧିକାରୀ ସରୋଜ କୁମାର ସ୍ୱାଇଁ ଯୋଗ ଦେଇ କହିଥିଲେ ନିଷ୍ଠା,ସଚୋଟତା ,ଦକ୍ଷତା ବଳରେ ଯୁବ ସମାଜ ମଧ୍ୟ ସ୍ୱାମୀଜୀ ଙ୍କ ପରି ସମାଜ ପାଇଁ ଉଶ୍ଚର୍ଗୀକୃତ ସେବା କରିପାରିବେ।ନେହେରୁ ଯୁବକେନ୍ଦ୍ର ର ରାଜ୍ୟ ନିର୍ଦେଶକ ବିମଳ ପାଟ୍ରିକ ଶାହା ଯୋଗ ଦେଇ ଯୁବ ଦିବସ ପାଳନ କୁ ପ୍ରେରଣାଦାୟୀ ବୋଲି କହିଥିଲେ।ଭାରତ ବିକାଶ ପରିଷଦ ର କ୍ଷେତ୍ରୀୟ ସମ୍ପାଦକ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ସ୍ୱାମୀ ବିବେକା ନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦ୍ୱାରା ସମଗ୍ର ବିଶ୍ୱ ହିନ୍ଦୁ ଧର୍ମ ତଥା ଭାରତ ବର୍ଷର ମହାନତା ସମ୍ପର୍କରେ ଅବଗତ ହୋଇପାରିଥିଲା। ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ହୋଇଥିବା ଧର୍ମ ସମ୍ମିଳନୀରେ ସ୍ୱାମୀ ବିବେକାନନ୍ଦ ଯେଉଁ ମର୍ମସ୍ପର୍ଶୀ ଓ ହୃଦୟସ୍ପର୍ଶୀ ଉଦବୋଧନ ଦେଇଥିଲେ,ସେଥିରେ ଭରି ରହିଥିଲା ଆଧ୍ୟାତ୍ମିକତାର ତରଙ୍ଗ ଯାହାର କମ୍ପନ ପ୍ରତିଟି ମନୁଷ୍ୟ କୁ ଆଜି ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପ୍ରେରଣା ପ୍ରଦାନ କରୁଛି।ପରିବେଶବିତ ଜଗନ୍ନାଥ ବସ୍ତିଆ,ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଅଧଃକ୍ଷ ଡ଼ଃ ଜଗବନ୍ଧୁ ମିଶ୍ର,ପ୍ରଫେସର ରାକେଶ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।
ଏହି ଅବସରରେ ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା କର୍ଣ୍ଣାଟକ ରେ ଅନୁଷ୍ଠିତ ଜାତୀୟ ଯୁବ ଦିବସରେ ଯୁବକ ମାନଙ୍କୁ ଉଦବୋଧନ ର ସିଦ୍ଧା ପ୍ରସାରଣ ପ୍ରସାରିତ ହୋଇଥିଲା।
ଯୁବ ସମାଜ ସେବା କ୍ଷେତ୍ରରେ ଉଲେଖିନିୟ ସେବା ପାଇଁ ରାଜ୍ୟ ଯୁବ ପୁରସ୍କାର ପାଇଥିବା ଓମ ପ୍ରସାଦ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସଂପର୍କ ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଜୟ ଶଙ୍କର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।
ତାରା ପ୍ରସାଦ ଦାସ,ରାକେଶ ସ୍ୱାଇଁ,ହରିଶ୍ଚନ୍ଦ୍ର,ଅଶ୍ରୁଜିତ ମହାପାତ୍ର,ସୁବାଶିଷ ଷଡ଼ଙ୍ଗୀ,ସିବାନନ୍ଦ ପାଢ଼ୀ,କୃଷ୍ଣ ଚନ୍ଦ୍ର ସାହୁ,ପ୍ରତିମା ବେହେରା,ଲିକ୍ଷିତା ରାଉତ,ସୀମା ରାଉତ,ସୁମିତ୍ରା ଜେନା,ନୃସିଂହ ମିଶ୍ର,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Related Stories
November 25, 2024