କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ଉତ୍ତମ ଶିକ୍ଷା ହିଁ ଜଣେ ବ୍ୟକ୍ତିକୁ ଈଶ୍ଵର କରିପାରେ।ବାଗ୍ମୀତା ହିଁ ବ୍ୟକ୍ତିକୁ ସ୍ବାବଲମ୍ବୀ କରିପାରେ। ଏଣୁ ପାଠପଢି ଚାକିରୀ ପଛରେ ଗୋଡାଅ ନାହିଁ।ବରଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ କର୍ମ କୁଶଳତା ଆହରଣ କରି,କୁଟୀର ଶିଳ୍ପ ଠାରୁ ବଡ଼ ଶିଳ୍ପ ପ୍ରତିଷ୍ଠା କର। ଯୁବଶକ୍ତି ସବୁ ପାରିବେ,କାରଣ ଯୁବଶକ୍ତି କେବେ ହାରେନାହିଁ। ଏଭଳି କହିଛନ୍ତି ଟାଟା ଷ୍ଟିଲ ର ପ୍ରାକ୍ତନ ଯନ୍ତ୍ରୀ ବିଜୟ ଦାସ,ପାର୍କ ଅଫ୍ ଇଣ୍ଡିଆ ର ସଫ୍ଟଓୟାର ପ୍ରମୁଖ ପ୍ରଫେସର ଅଶୋକ ପଣ୍ଡା,ଏସଡିଆଇ ର ସିଓ ରାଜେଶ ତ୍ରିପାଠୀ, ବିଶିଷ୍ଟ ବ୍ୟବସାୟୀ ଶିଵସନ୍ତୋଷ ଖୁଣ୍ଟିଆ,ନୁଆଦିଲ୍ଲୀର ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଧୀର ଦାଶ ଓ ରମେଶ ପ୍ରଧାନ, ସଫ୍ଟଓୟାର ର ଶିଳ୍ପପତି ଧୀରେନ୍ଦ୍ର କର, ବିଶିଷ୍ଟ ନିର୍ମାଣ ବ୍ୟବସାୟୀ ମାତୃଦତ୍ତ ମିଶ୍ର,ଟ୍ରାଭେଲ ଆସୋସିଏସନ୍ ଓଡିଶା ର ଉପସଭାପତି ହିଂମାଶୁ ଦାସ, ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ବଦ୍ରି ମିଶ୍ର ,ବିଶିଷ୍ଟ ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ଚକ୍ରଧର ମହାପାତ୍ର ,ରାଜେଶ ମିଶ୍ର ଓ ଗୋଲକ ବେହେରା। ସେମାନେ କହିଥିଲେ ଯେ ପୁସ୍ତକ କୀଟ ହୋଇଗଲେ ଶିକ୍ଷା ସରେନା। ପୁସ୍ତକ ଭିତରୁ ବାହାରି ଆସି ଦୁନିଆରୁ ଅନେକ ଶିକ୍ଷା କରିବାକୁ ହେବ। ରୋଜଗାରକ୍ଷମ ହେବାପାଇଁ ପ୍ରତ୍ୟେକ ନିଜ ଲକ୍ଷ୍ୟଯୁକ୍ତ ଦକ୍ଷତା କୁ ବୃଦ୍ଧି କରିବାକୁ ହେବ। ତେବେ ରୋଜଗାର ପାଇଁ ତୃଷାର୍ତ୍ତ ବ୍ୟକ୍ତି ଜଳ ଅନ୍ୱେଷଣ କରିବା ଏକ ଆବଶ୍ୟକତା। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଜିଲ୍ଲା ପ୍ରଶାସନ ସହଯୋଗରେ ଶରଧାବାଲି ରେ ଚାଲିଥିବା ଶ୍ରୀକ୍ଷେତ୍ର ପୁସ୍ତକ ମେଳା ମଞ୍ଚରେ ମିଶନ ଓଡ଼ିଶା, ସେଣ୍ଟ ଜନ ଆମ୍ବୁଲାନ୍ସ ଓ ବହିମେଳା ର ମିଳିତ ସହଯୋଗରେ ମଧୁସୂଦନ ମିଶ୍ରଙ୍କ ପରିଚାଳନା ରେ “ଶିକ୍ଷା ଓ ସ୍ବାବଲମ୍ବନ” ଶୀର୍ଷକ ଜନମଞ୍ଚରେ ଅତିଥି ଭାବେ ଯୋଗଦେଇ ଅତିଥିମାନେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ଦକ୍ଷତା ବିକାଶ,ଏଣ୍ଟରପ୍ରାଇଜିଂ ଓ ଷ୍ଟାଟ ଅପ୍ ଉପରେ ମନ୍ତବ୍ୟ ରଖିଥିଲେ।ଏହି ଜନମଞ୍ଚ ରେ ପୁରୀ, ଭୁବନେଶ୍ୱର,କଟକ ସମେତ ବ୍ରହ୍ମପୁର ଓ ନୟାଗଡ଼ ର ଦୁଇଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଧିବକ୍ତା, ଶିକ୍ଷାବିତ୍ ଓ ବ୍ୟବସାୟୀ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ବିଶିଷ୍ଟ ଦାର୍ଶନିକ ବିପିନ ମହାନ୍ତି ସଞ୍ଚାଳନ କରିଥିବାବେଳେ ଭାସ୍କର ପୂଜାରୀ,ଶିବରାମ ପ୍ରଧାନ, ବିଶ୍ଵନାଥ ମିଶ୍ର,ସୌମ୍ୟରଞ୍ଜନ ପାତ୍ର, ସତ୍ୟନାରାୟଣ ପାତ୍ର,ଦୀପକ ପାତ୍ର, ବିଶ୍ଵନାଥ ଦାଶ, ଉପେନ୍ଦ୍ର ବିଶ୍ଵାଳ,ମନୋଜ ସାହୁ, ଜୟନ୍ତୀ ମହାପାତ୍ର, ସଦାନନ୍ଦ ସାହୁ, ଜଗନ୍ନାଥ ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଉତ୍ସବରେ ଡଃ କୈଳାସ ଚନ୍ଦ୍ର ଟିକାୟତରାୟ, ପୁଷ୍କର ମହାପାତ୍ର ଓ ଡଃ ଅଭିମନ୍ୟୁ ଭୂୟାଁ.ବିଚାରକ ଭାବେ ଯୋଗ ଦେଇଥିବା ବେଳେ,ଦଶଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
Related Stories
November 25, 2024