-
ଶୁଭ୍ରଶ୍ରେୟା ପ୍ରଥମ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ରୋଟାରୀ କ୍ଲବ ଅଫ୍ ପୁରୀ ସାଗର ପକ୍ଷରୁ ‘ଲୀଳା ଟାପୁରିଆ ମୋମୋରିଆଲ ଆନ୍ତଃ ମହାବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚିତ୍ରକାର ସାହିସ୍ଥିତ ସରସ୍ବତୀ ଜ୍ଞାନ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଶୁଭ୍ର ଶ୍ରେୟା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିବାପରେ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପୁରୀର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କେବଳ ଛାତ୍ରୀମାନଙ୍କୁ ନେଇ ସେମାନଙ୍କ ମଧ୍ୟରେ ନିଜର ଆତ୍ମବିଶ୍ବାସ ବୃଦ୍ଧି କରିବା ଓ ସମାଜରେ ନିଜର ପ୍ରତିଷ୍ଠା ଅର୍ଜନ କରାଇବା କ୍ଲବର ମୂଳ ଲକ୍ଷ ଥିଲା। ‘ବିଶ୍ବଗୁରୁ ଭାବେ ଭାରତକୁ ଦେଖିବା’ ବିଷୟକୁ ନେଇ ଆୟୋଜିତ ଏହି ବକ୍ତୃତା ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଏସ୍ଜିଏମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ବେତପଦ୍ମା ବିଶ୍ବାଳ ଅଧିକାର କରି ୨୫୦୦ ଟଙ୍କା ପୁରସ୍କାର ରାଶି ପାଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ପାୟଲ ପ୍ରିୟଦର୍ଶିନୀ, ଆଞ୍ଚଲ ଦାସ ଏବଂ ସରକାରୀ ମହିଳା ମହାବିଦ୍ୟାଳୟର ପୂଜାଲକ୍ଷ୍ମୀ ମହାପାତ୍ର ପ୍ରମୁଖ ୩ ଜଣ ତୃତୀୟ ସ୍ଥାନ ଅଧିକାର କରି ଏକ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ପାଇଥିଲେ। କ୍ଲବର ସଭାପତି ଧବଳେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ରୋଟାରିଆନ ସୁରେନ୍ଦ୍ର ଟାପୁରିଆ, ସମ୍ମାନୀତ ଅତିଥି ସୁଧା ମୋହତା, ସୌରଭ ଟାପୁରିଆ ଓ ଜ୍ଞାନ ମନ୍ଦିରର ଅଧ୍ୟକ୍ଷା ସୁଶ୍ରୀ ରଙ୍ଗଲତା ସାହୁ, ବକ୍ତା ତଥା ବିଚାରକ ଭାବେ ଶିକ୍ଷାବିତ ଉମାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସମ୍ପାଦକ ପ୍ରମୋଦ କୁମାର ସ୍ବାଇଁ ପ୍ରତିଯୋଗିତାର ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରୋଟାରିଆନ ଶ୍ୟାମ କାହ୍ନା ପଟ୍ଟନାୟକ ଧନ୍ୟବାଦାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଲବର ସଦସ୍ୟ ରୋଟାରିଆନ ଯୁଧିଷ୍ଠିର ଲେଙ୍କା, ହିମାଂଶୁ ମୋହନ ମହାନ୍ତି, କୃଷ୍ଣଚନ୍ଦ୍ର ସାହୁ, କେଦାର ମହାପାତ୍ର, ତୁଷାର ରାଉତ ଓ ପ୍ରକାଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ।