ମାଲକାନଗିରି, ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଞ୍ଚଳ ବଡ଼ପଦର ଗ୍ରାମପଞ୍ଚାୟତର ପୁନଃବସତି କଲୋନୀ ୧୨ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବଡ଼ପଦର, ବଡପଡା, ରାଲେଗାଡ଼ା, ପାପର ମେଟଲା, ଯୋଡାମ୍ବ, ପଣସପୁଟ ଓ ଅଣ୍ଡରା ପାଲ୍ଲୀ ଗ୍ରାମପଞ୍ଚାୟତର ୫୫ ଜଣ ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଉପସ୍ଥିତ ରହିଥିବା ବେଳେ, କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଅଞ୍ଜନ ଚୌଧୁରୀ। ବ୍ଲକ ସାଧନା ସଂଯୋଜକ କାର୍ତ୍ତିକେଶ୍ଵର ମହନ୍ତ, ସିଆରସିସି ନୀଳାଦ୍ରି କୁମାର ରାଉତ ସାମନ୍ତ, ଶିବପ୍ରସାଦ ସରକାର, ହରିଶ୍ଚନ୍ଦ୍ର ଗୌଡ଼ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ। ରେଜିଷ୍ଟ୍ରେସନ ଦାୟିତ୍ଵରେ ଖଗପତି ହନ୍ତାଳ, ଜ୍ୟୋତି ରଞ୍ଜନ ଆଚାରୀ ରହିଥିଲେ।
ଚକ୍ଷୁ ବିଶେଜ୍ଞ ସୁଶ୍ରୀ ମିରାମ୍ବିକା ମହାପାତ୍ରଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ପ୍ରଦାନ କରାଯାଇଥିଲା। ସହାୟିକା ନର୍ସ ଭାବରେ କେ. ଭିକଟୋରିଆ, କେ. ସୀମା ଓ ରଶ୍ମିରଂଜନ ଦାସ ବିପିଏମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡ଼ପଦର ପରିସରରେ ଥିବା ବିବେକା ନନ୍ଦଙ୍କ ପ୍ରତମୂର୍ତ୍ତିରେ ଶିକ୍ଷାଧିକାରୀ ଓ ବ୍ଲକ ସହକାରୀ ଅଧିକାରୀ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।