ମାଲକାନଗିରି, ମାଲକାନଗିରି ଜିଲ୍ଲା ବାଲିମେଳା ନଗର ଚିକିତ୍ସାଳୟ ବସ୍ତିରେ ଆଜାଦ ଡଙ୍ଗରୀ ନାମକ ଅନାଥ ଶିଶୁ ନିଜ ବୁଢି ମାଙ୍କ ସହ ରହୁଥିଲେ। କାମକରି କିଛି ଟଙ୍କା ମିଳିଲେ ବୁଢି ମା ମଦ ପିଇ ତାକୁ ଖର୍ଚ କରିଦେଉଥିଲେ। ନାତିର ଠିକଭାବେ ଯତ୍ନ ନେଉ ନଥିବା ବିଷୟରେ ଖବର ପାଇ ନିଡ୍ ଫର୍ ହେଲ୍ପ୍ ଫାଉଣ୍ଡେସନର ମୁଖ୍ୟ ଭିମସେନ ଖିଲ ବାଲିମେଳା ଯାଇ ବୁଢି ମା ଓ ବସ୍ତି ବାସିନ୍ଦାଙ୍କ ସହ କଥାହେବା ପରେ ଆଜାଦକୁ ଆଣି ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିଲେ। ସେଠାରୁ ତାକୁ ନେଇ ନିଳାଚଳ ଆଦିବାସୀ ସେବାଶ୍ରମ, ଟେକଗୁଡା କୋରକୁଣ୍ଡା ଆବସରେ ରହିବା ନିମନ୍ତେ ଛାଡିଛନ୍ତି। ଏ ବିଷୟରେ ଜାଣିବା ପରେ ଆଜାଦର ସମସ୍ତ ପଢିବା ବ୍ୟବସ୍ଥା “ଟିମ୍, ମାଲକାନଗିରି” ସଂଗଠନର ରାମକୃଷ୍ଣ ଚୌଧୁରୀ ନେବେ ବୋଲି କହିଛନ୍ତି। ଏହି ଖବର ପ୍ରସାର ପରେ ବାଲିମେଳା ସହରର ବୁଦ୍ଧିଜୀବି ମାନେ ଭିମ ଭାଇ ଓ ରାମ ଭାଇଙ୍କୁ ଏପରି ସହଯୋଗ ପାଇଁ ସାଧୁବାଦ ଦେଇଛନ୍ତି।