ବଲାଙ୍ଗିର ,ଜିଲାର ଉନ୍ନତି ପାଇଁ ଏକତ୍ରୀତ ଭବରେ କାର୍ଯ୍ୟ କରିବା କୁ ଆହ୍ଵାନ ଦେବା ସହିତ ଆଜି ସେ ଲୋକଙ୍କ ଆଶୀର୍ବାଦରେ ଦୁଇଥର ମନ୍ତ୍ରୀ ହୋଇପାରିଛି ବୋଲି ଜଳସମ୍ପଦ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଜିଲା ବାସୀ ଙ୍କୁ କୃତଜ୍ଞତା ଜଣାଇଥିଲେ ।
ମହୋସବ ର ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଆଜିକାର ସୋସାଇଲ ମିଡିଆ ମୋବାଇଲ ଯୁଗରେ ଏଭଳି ସର୍ବ ଭାରତୀୟ ନାଟକରେ କଳାକାର ମାନେ ସେମାନଙ୍କ ଅଭିନୟ ନିପୁଣତା ଦେଖାଇବା ସହିତ ସମାଜକୁ ବାର୍ତ୍ତା ପ୍ରେରଣ କରୁଛନ୍ତି । ଏଭଳି ଏକ ଆୟୋଜନ ପାଇଁ ସେ ଆୟୋଜକ ମାନଙ୍କୁ ସାଧୁବାଦ ଦେଇଥିଲେ । ସମ୍ମାନିତ ଅତିଥିଭାବେ ବଲାଙ୍ଗିର ଜିଲାପାଳ ଚଞ୍ଚଲ୍ ରାଣା ଆରକ୍ଷୀ ଅଧିକ୍ଷକ ନୀତିନ୍ କୁଶଳ କର ଯୋଗାଇଥିଲେ ,ବିରେନ୍ଦ୍ର କୁମାର ବନ ବନଛୋର ସଭା ସଞ୍ଚାଳନ କରିଥିଲେ ମହୋତ୍ସବ ଅଧ୍ୟକ୍ଷ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଧ୍ୟକ୍ଷତା କରିଥିଲେ ଶେଷରେ ବିଜୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଗତ 8 ତାରିଖରୁ ଆରମ୍ଭ ହୋଇଥିବା ମଠଖାଇ ମହୋତ୍ସବ ତୃତୀୟ ରଜନୀ ରେ କୋଶଳ କଳାମଣ୍ଡଳ ସ୍ଥିତ ନୂତନ ମଞ୍ଚରେ ଭୁବନେଶ୍ବର ର ନାଟ୍ୟ ଗ୍ରୁପ ପାଞ୍ଚମବେଦ ଦ୍ଵାରା ଓଡିଆ ନାଟକ ଫୁଲ୍ଲ ଟେନସନ ମଞ୍ଚସ୍ଥ ହୋଇଯାଇଚି । ଆନନ୍ଦ ଚନ୍ଦ୍ର ପାହି ଙ୍କ ଲିଖିତ ହରେନ ସାହୁ ଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ନାଟକରେ ନିଜର ବଡ ପଣିଆ ଦେଖାଇବା କୁ ଯାଇ ସାମ୍ପ୍ରତିକ ମଣିଷ ଦୁଖଃ ଅକାଂକ୍ଷା ଓ ନୈରାଶ୍ଯ ଭିତରେ ବ୍ୟଥିତ ତଥା ଜର୍ଜରିତ । ଇର୍ଷା ପରଶ୍ରୀକାତରତା ରେ ବିଷ ଜ୍ଵାଳାରେ ନୀରିହ ମଣିଷ ଏଠି ଛଟପଟା ହୁଏ ଏହି ବିଷୟ ବସ୍ତୁ ରେ ନାଟକଟି ମନୋରଞ୍ଜନ କରିଥିଲା । ପ୍ରଥମରେ ପଞ୍ଚମ ର କଳାକାର ମାନେ ଆଂଚଳିକ ନୃତ୍ୟ ପରିବେଷଣ କରିଥିଲେ । ଆଜିର ମଂଚ ଦିବଙ୍ଗତ କଳାକାର ଅଜିତ ଦାସ ନାମରେ ମଞ୍ଚକୁ ଉତ୍ସର୍ଗ କରାଯାଇଥିଲା । ଆଜି ମଠ ଖାଇ ସମ୍ମାନ ଅର୍ପଣ ଯୁବ ଲେଖକ ଚନ୍ଦ୍ରଶେଖର ହୋତା ଙ୍କୁ ସମ୍ମାନିତ କରଯାଇଥିଲା ।