
ଭୁବନେଶ୍ୱର – ହାଇଦ୍ରାବାଦରେ ଭେଟେନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ଜୀବନ୍ତ ଜାଳି ହତ୍ୟା କରାଯିବା ଘଟଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୃଢ ନିନ୍ଦା କରିବା ସହ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଦାବି କରିଛି । ଏହି ପରିପ୍ରେକ୍ଷୀରେ ଓୟୁଓଟି ଭେଟେନାରୀ ମାହାବିଦ୍ୟାଳୟରୁ ଶହ ଶହ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବାହାରି ମାଷ୍ଟାର କ୍ୟାଂଟିନ ଛକ ଠାରେ କ୍ୟାଣ୍ଡେଲ ଜଳାଇଥିଲେ ।
ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ରାଉତ ସୂଚନା ଦେଇଛନ୍ତି କି ମହିଳା ଜଣକ ଯେଉଁମାନଙ୍କଠୁ ସାହାଯ୍ୟ ଆଶା କରିଥିଲେ ସେହିମାନେ ହିଁ ତାଙ୍କର ସାମୂହିକ ଗଣବଳାକ୍ରାର କରିବା ସହ ଜୀବନ୍ତ ଜାଳି ହତ୍ୟା କରିଛନ୍ତି । ଏଭଳି ହୀନ ମାନସିକତାର ଲୋକ ସମାଜରେ ରହିବା ଯୋଗ୍ୟ ନୁହଁନ୍ତି । ସରକାର ଏହି ଘଟଣାରେ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରି ନ୍ୟାୟିକ ତଦନ୍ତ ଆଗେଇନେବାକୁ ଏବିଭିପି ଦାବି କରୁଛି ।ଏହି ଶୋଭାଯାତ୍ରାରେ ସୁବ୍ରତ ଦାସ, ନବ କୁମାର ପାଢି, ଶୈାରଭ ଦାଶ, ଲକ୍ଷ୍ମୀଧର ମହାନ୍ତ, ଦୀପକ ବେହେରା, ସୋମୁ ଦେୟ, ମହର୍ଶି ଶବର ପ୍ରମୁଖ ଉପସ୍ଥିତ ଥିଲେ ।