କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ବାଲିଗୁଆଳି ଗ୍ରାମରେ ଜିଲ୍ଲା ର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ କୁ ନେଇ ଏକ ସଂକୀର୍ତ୍ତନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସଂସ୍କୃତି ର ଅବକ୍ଷୟ କୁ ରୋକିବା ପାଇଁ ବାଲିଗୁଆଳି ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି ଏକ ନିଆରା ପଦକ୍ଷେପ । ଓଡ଼ିଆ ସଂସ୍କୃତି ରେ ପାଲା,ଦାସକାଠିଆ,ସଂକୀର୍ତ୍ତନ ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ଦିନଯାକର କଠିନ ପରିଶ୍ରମ ପରେ ଶ୍ରମ ଲାଘବ ପାଇଁ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସଂକୀର୍ତ୍ତନ ,ଦାସକାଠିଆ ଇତ୍ୟାଦି ଦେଖି ମନୋରଞ୍ଜନ କରୁଥିଲେ ।କିନ୍ତୁ କାଳକ୍ରମେ ଆଧୁନିକତା ର ପ୍ରଭାବ ରେ ଏହାର ବିଲୟ ଘଟିଲାଣି ।ତେଣୁ ଏହି କଳା ଓ କଳାକାର ଙ୍କୁ ବଞ୍ଚାଇ ରଖିବା ପାଇଁ ପୁରୀ ସଦର ବ୍ଲକ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ବିକାଶ ପରିଷଦ ର କଳାକାର ମାନଙ୍କ ଦ୍ବାରା ଏକ ସଂକୀର୍ତ୍ତନ ପ୍ରତିଯୋଗିତା କରାଯାଇଥିଲା ।ଏଥିରେ ଅନେକ ସଂକୀର୍ତ୍ତନ ମଣ୍ଡଳୀ ଭାଗ ନେଇଥିଲେ । ପରିବେଷଣ କରିଥିବା ମଣ୍ଡଳୀ ଙ୍କୁ ପ୍ରଥମ,ଦ୍ଵିତୀୟ,ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର,ଜଟାଧାରୀ ମିଶ୍ର,ଜଗନ୍ନାଥ ସଂସ୍କୃତି ପରିଷଦ ସମ୍ପାଦକ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ସ୍ବର୍ଗତ ଗଙ୍ଗାଧର ନାୟକ ଙ୍କ ସ୍ମୃତି ରେ କରାଯାଇଥିବା ଜଗନ୍ନାଥ ପାତ୍ର ଘୋଷଣା କରିଥିଲେ । ଏହି କାର୍ଯକ୍ରମ କୁ ସମ୍ପଦକ ଲକ୍ଷ୍ମିଧର ସ୍ୱାଇଁ ପରିଚାଳନା କରିଥିଲେ।
Related Stories
November 23, 2024