
ପୁରୀ ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ପଞ୍ଚମ ଦିନରେ ଅଯୋଧ୍ୟା କାଣ୍ଡ ପ୍ରସଙ୍ଗ ରେ ପୁତ୍ରକୁ ଝୁରି ଦଶରଥଙ୍କ ଶରୀର ତ୍ୟାଗ ବ୍ୟାଖ୍ୟା ହୋଇଥିଲା | ତେଲେଙ୍ଗାନା ନିଜାମାବାଦର ଆନ୍ତର୍ଜାତୀୟ ରାମ ଚରିତ ମାନସ ପାଠକ ସୁରେଶ ସାରଡା , ସରତ ସାରଡା ଙ୍କ ସୁମଧୁର କଣ୍ଠରୁ ସଙ୍ଗୀତମୟ ପ୍ରଭୁ ରାମଚନ୍ଦ୍ରଙ୍କ ବିରହରେ ମହାରାଜ ଦଶରଥଙ୍କ ଶରୀର ତ୍ୟାଗ ଏକ ଭାବ ଗମ୍ଭୀର ପରିବେଶ ସୃଷ୍ଟି କରିଥିଲା |ମହାରାଣୀ କୈକେଇ, ସୁମିତ୍ରା ଓ କୌଶଲ୍ୟା ଙ୍କ ଦୁଃଖର ସ୍ଥିତି କୁ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ଅନୁଭବ କରି ଭକ୍ତି ଭାବରେ କ୍ରନ୍ଦନ କରୁଥିବାର ଦେଖିବାକୁ ମିଳିଥିଲା |ସତେ ଯେମିତି ପ୍ରଭୁ ରାମଙ୍କ ବିରହ ର ଅନୁଭବ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ଦୁଃଖ ପ୍ରକଟ କରିଥିବାର ଦୃଶ୍ୟ ପରିବେଶକୁ ରାମମୟ କରିଥିଲା |ପ୍ରସଙ୍ଗ କ୍ରମରେ ବନ ମଧ୍ୟରେ ରାମଚନ୍ଦ୍ରଙ୍କର ଉପସ୍ଥିତି ଏବଂ ଗୋ ମାତାଙ୍କ ସେବା ସମ୍ପର୍କରେ କଥା ବାଚକ ସାରଡ଼ା ବନ୍ଧୁ ବ୍ୟାଖ୍ୟା କରିଥିଲେ |
ଉତ୍ସବରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO