କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,ରବିବାର ଛୁଟିଦିନ ପାଇଁ ଦଶହଜାର ରୁ ଅଧିକ ପାଠକ ବହି ମେଳାରେ କିଣିଛନ୍ତି ଉପନ୍ୟାସ,ଆଇନ୍, ବିଜ୍ଞାନ ସହ ଗଳ୍ପ-କବିତା ବହି।ସହଜ କଂପ୍ୟୁଟର ଶିକ୍ଷା ଷ୍ଟଲ ରେ ଛାତ୍ର ଛାତ୍ରୀଙ୍କ ଗହଳି ଲାଗିରହିଥିବା ବେଳେ, ତେଲଗୁ, ତାମିଲ, ହିନ୍ଦୀ ଓ ବଂଗଳା ଭାଷା ର ବହି କିଣାବିକା ଜୋର୍ ଧରିଥିଲା।ଏଥିସହ ମହିଳାମାନେ କାନଫୁଲ ଠାରୁ ଭ୍ୟାନିଟି ବ୍ୟାଗ କିଣାରେ ମାତି ଯାଇଥିଲେ।ଅପରାହ୍ନରେ ଡାକ୍ତର ସୌମ୍ୟକାନ୍ତ ଓ ତୃପ୍ତି ପଣ୍ଡାଙ୍କ ପରିଚାଳନା ରେ ସତ୍ୟନାରାୟଣ ମିଶ୍ର, ନୀଳମଣି ସୁଆର,ବଦ୍ରି ମିଶ୍ର, ନାରାୟଣ ନନ୍ଦ, ଶ୍ୟାମପ୍ରକାଶ ସେନାପତି,ପ୍ରମୋଦା ଦେବୀ, ବିଜୟଲକ୍ଷ୍ମୀ ଦାଶ, ସଦାଶିବ ମିଶ୍ର ପ୍ରମୁଖ ଆଜିର ସମାଜ ଓ ଆଧ୍ୟାତ୍ମିକତା ଉପରେ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଥିଲା। ପରେପରେ ଗୁରୁ ସାଗରିକା ମହାପାତ୍ର ଙ୍କ ସଂଯୋଜନା ରେ ପ୍ରଶାନ୍ତି ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଭକ୍ତି ସଂଗୀତ,ମାହାରୀ ଓ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ସର୍ବଶେଷରେ ମେଳା କମିଟି ପକ୍ଷରୁ ଅନୁଭୂତି ରେ ଶ୍ରୀଜଗନ୍ନାଥ ଶୀର୍ଷକ ବକ୍ତୁତାମାଳା ଅନୁଷ୍ଠିତ ହୋଇଥିଲା। କମିଟି ର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଓ ସଂପାଦକ ଚକ୍ରଧର ମହାପାତ୍ରଙ୍କ ପରିଚାଳନା ରେ ଅନାମ ସାହୁ, ପୁଷ୍କର ମହାପାତ୍ର, ରାଜକିଶୋର ମିଶ୍ର, ଜଟାଧାରୀ ମିଶ୍ର, ରଘୁନାଥ ମହାପାତ୍ର,ବିପିନ ଦଳାଇ, ସୁକାନ୍ତ ପଣ୍ଡା,ସ୍ବାଧିନ ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ଭବାନୀ ବଳିଆରସିଂହ,ବିଭୁ ପ୍ରସାଦ ତ୍ରିପାଠୀ, ଶ୍ୟାମପ୍ରକାଶ ସେନାପତି, ବୀରେନ୍ଦ୍ର ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିବା ପରେ ,ମେଳା କମିଟି ତରଫରୁ ଶିଳ୍ପପତି ରାଜକିଶୋର ପାତ୍ର, ବରିଷ୍ଠ ସେବାୟତ କଣ୍ଡୁରୀ ସୁଆର, ହୋଟେଲିୟର ଗିରିଶ ନାୟକ, ଜୀତେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ ପଣ୍ଡା,ରାଜେଶ ମିଶ୍ର ଶୁଭେଛୁ-ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆସନ୍ତା କାଲି ବିବେକ ନର୍ତ୍ତନଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ସହ ଅହମଦିଆ ମୁସଲିମ ଜମାତ୍ ପକ୍ଷରୁ ବିଶ୍ଵଭାତୃତ୍ବ ଉପରେ ଆଲୋଚନା କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଗଣମାଧ୍ୟମ ସଂପାଦକ ବଦ୍ରି ମିଶ୍ର ଜଣାଇଛନ୍ତି।
Related Stories
November 23, 2024