-
ଗୋସେଵା କଲେ ବିଶ୍ୱର ମଙ୍ଗଳ ହେବ -ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ସମୁଦ୍ର କୂଳ ସ୍ଥିତ ହୋଟେଲ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ମହୋତ୍ସବ ଦ୍ଵିତୀୟ ଦିବସରେ ରାମ ଜନ୍ମୋତ୍ସବ ପାଳନ ହେବା ସହିତ ମିଠେଇ ପ୍ରସାଦ ପ୍ରଦାନ କରାଯାଇଥିଲା |ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ନିଜର ବକ୍ତବ୍ୟରେ କହିଥିଲେ ଯେ ଗୋ ସେବା କଲେ ବିଶ୍ୱର ମଙ୍ଗଳ ହେଵା ସହିତ ଶରୀର ସୁସ୍ଥ ରହିବ |

ଉତ୍ସବର ଆରମ୍ଭରୁ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଂମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ପ୍ରାରମ୍ଭିକ ଅଭିଭାଷଣରେ ଅତିଥି ପରିଚୟ ପ୍ରଦାନ କରିଥିଲେ |ଟ୍ରଷ୍ଟର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସଙ୍କ ଦ୍ୱାରା ପରିଚାଳିତ ଉତ୍ସବରେ ସଂମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,ଅନ୍ତରାଷ୍ଟ୍ରୀୟ ରାମ ଚରିତ ମାନସ ପାଠକ ତେଲେଙ୍ଗାନା ନିଜାମାବାଦର ସୁରେଶ ସାରଡ଼ା, ଶରତ ସାରଡ଼ା, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ |ଏହି ଉତ୍ସବରେ ଗୁଜୁରାଟ, ମହାରାଷ୍ଟ୍ର, ଜାମ୍ମୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ ତଥା ଭାରତର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ |ଏହି ଉତ୍ସବ ଆଗାମୀ ସାତ ଦିନ ଧରି ଚାଲିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ସୂଚନା ପ୍ରଦାନ କରିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO