କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ 27ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ସଂଗୋଷ୍ଠୀ ର ସଭାପତି ବିଜୟ ଲକ୍ଷ୍ମୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଉପସ୍ଥିତ ଥିଲେ ନିମାପଡା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ସେନାପତି, ଆଇନୀଜୀବୀ ପୂର୍ଣ୍ଣ ଚନ୍ଦ୍ର ଦାସ, କାଶୀନାଥ ଖୁଣ୍ଟିଆ, ସାମ୍ବାଦିକ ଲଷ୍ମୀନାରାୟଣ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ସିହ୍ନା,ସଂଗୋଷ୍ଠୀର ଉପସଭାପତି ଶିକ୍ଷାବିତ ଶିବସୁନ୍ଦର ମିଶ୍ର, ସମ୍ପାଦକ ଜୋତିର୍ବିଦ ଅନାମ ଚନ୍ଦ୍ର ସାହୁ ପ୍ରମୁଖ ମଂଚାସୀନ ଥିଲେ l ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା ଯେ ଲେଖକ ଓ ପାଠକ ସାହିତ୍ୟର ପରସ୍ପର ପରିପୂରକ ଅଙ୍ଗ l ଲେଖକ ତାର ମନର ଅନୁଚିନ୍ତାରୁ ଭାଷା ମାଧ୍ୟମରେ ନିଜ ଭାବନାକୁ ପ୍ରକାଶ କରିବା ହିଁ କବିତା l ସାହିତ୍ୟ ସମାଜର ହିତ ପାଇଁ ସୃଷ୍ଟି l ସାହିତ୍ୟ ସମାଜରେ ସଚେତନତା ମଧ୍ୟ ସୃଷ୍ଟି କରେ l ପ୍ରାରମ୍ଭରେ ଉପସଭାପତି ଶିବ ସୁନ୍ଦର ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ଏକ ମନଜ୍ଞ କବିତା ଆସର ସୁଶ୍ରୀ କ୍ରିଷ୍ଣl ମହାପାତ୍ର ଓ ମଞ୍ଜୁଶ୍ରୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଯୋଗେନ୍ଦ୍ର ସାହୁ, ସୁଭାଷ ଚନ୍ଦ୍ର ମିଶ୍ର, ପୁଷ୍ପରାଣୀ ଓଝା, ଭାରତୀ ଭୂଷଣ ଦାସ, ସୂଦୀପ୍ତା ମହାରଣା, ରାଜେଶ କୁମାର ପତି, ମନୋରମା ଆଚାର୍ଯ୍ୟ, ପ୍ରଜ୍ଞା ପାରମିତା ପାଣି, ସାରଙ୍ଗାଧର ଷଡ଼ଙ୍ଗୀ, ଆଶାଲତା ପ୍ରଧାନ, ପୌର୍ଣ୍ଣ ମାସି ଦେବୀ, ଲବଙ୍ଗ ମହାପାତ୍ର, ଅଧ୍ୟାପକ ସହଦେଵ ସାହୁ, ରାଧାକୃଷ୍ଣ ପ୍ରଧାନୀ, ଯୋଗେଶ୍ୱର ପ୍ରହରାଜ, ଡକ୍ଟର ସୂଦୀପ୍ତା ମିଶ୍ର, ପ୍ରବାସିନୀ ମିଶ୍ର, ଅବିନାଶ ମହାପାତ୍ର, ସୋମ୍ୟ ରଞ୍ଜନ ମଲ୍ଲିକ ଓ ପ୍ରଭାତ ଚନ୍ଦ୍ର ରଥ କବିତା ଆବୃତ୍ତି କରିଥିଲେ l ଏହି ଅବସରରେ ଜୋତିର୍ବିଦ ଅନାମ ଚନ୍ଦ୍ର ସାହୁଙ୍କ ପୁସ୍ତକ ଜୀବନ ଅତୀତ ସଂସ୍କୃତିର ସ୍ମୃତି ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା l ଶେଷରେ ନାରାୟଣ ଚନ୍ଦ୍ର ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ l