-
ଶ୍ରୀରାମଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବା ଉଚିତ -ରାଜ୍ୟପାଳ,

ପୁରୀ: ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ସମୁଦ୍ର କୂଳ ସ୍ଥିତ ହୋଟେଲ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ସହିତ ମହର୍ଷି ମହେଶ ଯୋଗୀଙ୍କ ଜନ୍ମୋତ୍ସବ କୁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ |ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ରେ ଶ୍ରୀରାମଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବା ଉଚିତ ବୋଲି କହିଥିଲେ |ମହର୍ଷି ମହେଶ ଯୋଗୀଙ୍କ ଶିକ୍ଷା ଦାନ ପଦ୍ଧତି ବର୍ତମାନ ସମାଜକୁ ମାର୍ଗଦର୍ଶନ ଦେଇପାରିଛି |ଗୋ ସେବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଙ୍କର ପ୍ରତ୍ୟେକ୍ଷ ସାନିଧ୍ୟ୍ୟ ଲାଭ କରିପାରିବା |ଭାରତ ବର୍ଷର ବଦ୍ରୀନାଥ, କେଦାରନାଥ, ଭଳି ପୁରୀର ଜଗନ୍ନାଥ ଧାମ ଆସ୍ଥାର କେନ୍ଦ୍ର ହୋଇଥିଲେ ମଧ୍ୟ ଓଡିଶାର ପ୍ରତ୍ୟେକ ନାଗରିକ ଏଠାରେ ଜଗନ୍ନାଥ ସଂସ୍କୃତିରେ ପରିଚିତ |ଅନ୍ୟ କୌଣସି ସ୍ଥାନରେ ଭଗବାନ ଙ୍କୁ ନେଇ କୌଣସି ସଂସ୍କୃତି ନାହିଁ |ଏଠାରେ ଜନତା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ପକେଟରେ ଧରି ନିଜର ଯାତ୍ରା ଆରମ୍ଭ କରନ୍ତି ତେଣୁ ମୁଁ ସମସ୍ତ ଓଡିଶା ବାସୀଙ୍କୁ ପ୍ରଣାମ କରୁଛି ବୋଲି ମତ ପ୍ରକାଶ କରିଥିଲେ |ଉତ୍ସବର ଆରମ୍ଭରୁ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଂମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ ଖୋର୍ଦ୍ଧା ଜିଲ୍ଲାର ବଉଳା ବନ୍ଦ, ହରିପୁର, ଆଙ୍କୋଲା, ଗୋବିନ୍ଦପୁର, ପାଟପୁର ଶାସନ, କଟକ ବାଙ୍କୀର ବରପୁଟ, ସୋନପୁର ଜିଲ୍ଲା, ବୌଦ୍ଧ, ନୟାଗଡ ଜିଲ୍ଲା ର ସର୍ବମୋଟ ୯ ଗୋଟି ଗୋବିନ୍ଦ ଗୋଧାମ ଗୋଶାଳା ର ଶାଖା ଖୋଲା ଯାଇଥିବା ସୂଚନା ପ୍ରଦାନ କରିଥିଲେ |ଏହି ଗୋଶାଳା ମାନଙ୍କରେ ପଞ୍ଚମ ବେଦ ରାମ ଚରିତ ମାନସ ଯୁବପିଢ଼ିଙ୍କୁ ଆଗାମୀ ଦିନରେ ଶିକ୍ଷା ଦିଆଯିବ ବୋଲି ସୂଚନା ପ୍ରକାଶ କରିଥିଲେ |ଟ୍ରଷ୍ଟର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସଙ୍କ ଦ୍ୱାରା ପରିଚାଳିତ ଉତ୍ସବରେ ଅନ୍ତରାଷ୍ଟ୍ରୀୟ ରାମ ଚରିତ ମାନସ ପାଠକ ତେଲେଙ୍ଗାନା ନିଜାମାବାଦର ସୁରେଶ ସାରଡ଼ା, ଶରତ ସାରଡ଼ା, ନେବଳ ଦାସ ମଠର ମହନ୍ତ ଡ଼ ରାମ ଚରଣ ଦାସ, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ, ଶିଳ୍ପପତି ରବି ସାମନ୍ତରାୟ,ଦେବରାଜ ରଣା,ପଠାଣି ବଳବନ୍ତରାୟ,ଜାମ୍ମୁର ରଣଦ୍ଧିର ସିଂ ଗୋୟଲ, ଅକ୍ଷୟ କୁମାର ପଲେଇ, ପଣ୍ଡିତ ଦୟାନିଧି ପଣ୍ଡା, ବିଭୂପ୍ରସାଦ ପଣ୍ଡା, ସିଂହାରୀ ସୋମନାଥ କର ପ୍ରମୁଖ ଉପସ୍ଥିତ ଥିଲେ |ଏଥିରେ ଗୁଜୁରାଟ, ମହାରାଷ୍ଟ୍ର, ଜାମ୍ମୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ ତଥା ଭାରତର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମନେ ଯୋଗ ଦେଇଥିଲେ |ଏହି ଉତ୍ସବ ୯ ଦିନ ଧରି ଚାଲିବ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO