କନ୍ଧମାଳ- ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ତଥା ରାଜ୍ୟରେ ଉଦ୍ୟମ ଚାଲୁରହିଛି । କନ୍ଧମାଳ ଜିଲ୍ଲା ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ସମ୍ପ୍ରଦାୟଙ୍କର ମିଳିତ ପ୍ରଚେଷ୍ଟାରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି କରାଯିବା ସହିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ବିଭିନ୍ନ ବିଭାଗର ସଚେଚନତା କାର୍ଯ୍ୟକ୍ରମ ସହିତ ବାଲ୍ୟ ବିବାହକୁ ନା କରିବା ପାଇଁ ସଚେତନତା ସୃଷ୍ଟି କରାଯିବା ପାଇଁ ପ୍ରୟାସ ଚାଲିଛି । ପ୍ରତ୍ୟେକ ବିଭାଗକୁ ସେମାନଙ୍କର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଡା. ବୃନ୍ଦା ଡି. ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ସଦ୍ଭାବନା ସଭାଗୃହରେ ଏକ ସମୀକ୍ଷା ବୈ÷ଠକ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରତି ବିଦ୍ୟାଳୟରେ ସପ୍ତାହରଏକ ନିର୍ଦ୍ଦିଷ୍ଟ ବାର ଓ ନିର୍ଦ୍ଦିଷ୍ଟ ସମୟରେ ବାଲ୍ୟ ବିବାହ ଓ ଯୋ÷÷ନ ନିର୍ଯ୍ୟାତନା ଉପରେ ଆଲୋଚନା ଚକ୍ର ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଝାୟତ ବୈ÷ଠକରେ ଏହା ଉପରେ ଆଲୋଚନା ହେଉଛି କି ନା ତା\’ର ତଦାରଖ କରିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରତିି ମାସରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ସମ୍ପ୍ରଦାୟ ଏବଂ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିବା ବିଭାଗ ଗୁଡ଼ିକୁ ନେଇ ବୈ÷ଠକ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏ ଦିଗରେ ଅଧିକ ସଫଳତା ପାଇଥିବା ଅନୁଷ୍ଠାନକୁ ପୁରଷ୍କୃତ କରିବା ଉଦ୍ଦେଶ୍ୟରେ ପ୍ରତିଯୋଗିତା କରିବାକୁ ଜିଲ୍ଲାପାଳ କହିଥିଲେ । ସେହିପରି ପ୍ରତି ବିଦ୍ୟାଳରେ ବାଲ୍ୟ ବିବାହ ରୋକିବା ଉପରେ ବିଷୟବସ୍ତୁ ରଖି ବକ୍ତୃତା ପ୍ରତିଯୋଗିତା କରିବାକୁ ପରାମର୍ଶ ଦିଆଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପଞ୍ଝାୟତ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଉପ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ନିୟୋଜନ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ପ୍ରମୁଖ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏବଂ ଆଗକୁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ତଦନୁସାରେ, କାର୍ଯ୍ୟ ଖସଡ଼ା ଅନୁଯାୟୀ ଖୁବ୍ ଶିଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲପାଳ କହିଥିଲେ । ଉକ୍ତ ବୈଠକରେ ବାଲ୍ୟ ବିବାହ ସମ୍ପର୍କୀତ ଜିଲ୍ଲା ଟାସ୍କ ଫୋର୍ସ କମିଟିର ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ । ଆକ୍ସନ୍ ଏଡ୍ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସ୍ୱାତୀ ତନ୍ମୟା ମିଶ୍ର ପାୱାର ପଏଣ୍ଟ ମାଧ୍ୟମରେ ଆଲୋଚନା ପାଇଁ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।
Related Stories
December 25, 2024
December 25, 2024