ଭୁୁବନେଶ୍ୱର – ଚିକିସôାଳୟ ଗୁଡିକରେ କାର୍ଯ୍ୟକାରୀ ହେଉଥିବା ନିର୍ମଳ ଯୋଜନାରେ ଅର୍ଥ ପ୍ରଦାନକୁ ସୁବ୍ୟବସ୍ଥିତ କରିବା ସହିତ ଡାକ୍ତରଖାନାରେ ପରିଷ୍କାର ପରିଚ୍ଛନ୍ନତାର ଗୁଣାତ୍ମକ ଦିଗକୁ ଦୃଷ୍ଟିଦେଇ ମୋ ସରକାରର ଲକ୍ଷ୍ୟ ହାସଲ କରିବାକୁ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀମାନଙ୍କୁ କୁହାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ଏହି ମର୍ମରେ ସିଡିଏମଓମାନଙ୍କୁ ପତ୍ର ଲେଖିଛନ୍ତି ।
ନିର୍ମଳ ଯୋଜନାରେ ଚିକିସôାଳୟ ଗୁଡିକରେ ସେବା ଯୋଗାଣକାରୀ ସଂସ୍ଥା ଗୁଡିକ ଯେଭଳି ଠିକଣା ସମୟରେ ଅର୍ଥ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ସିଏଚସି, ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିସôାଳୟ ସ୍ତରରେ ସେବା ଯୋଗାଣକାରୀ ସଂସ୍ଥାକୁ ଅର୍ଥ ପ୍ରଦାନ କରାଯିବ । ସେଥିପାଇଁ ସିଡିଏମଓମାନେ ତାଙ୍କ ଅଧିନରେ ଥିବା ଜିଲ୍ଲା ମୁଖ୍ୟ ଚିକିସôାଳୟ, ଉପଖଣ୍ଡ ଓ ସିଏଚସିରେ ନିର୍ମଳ ଯୋଜନାରେ ଆବଶ୍ୟକତା ଅନୁଯାୟୀ ଅର୍ଥ ଯୋଗାଇଦେବେ । ଏହି ଅର୍ଥ ପ୍ରଦାନ ପାଇଁ ଏକ କମିଟି ଗଠନ କରିବାକୁ କୁହାଯାଇଛି । ଏହି କମିଟି ପ୍ରତି ମାସ ୧୦ ତାରିଖରେ ବସି ସେବା ଯୋଗାଣକାରୀ ସଂସ୍ଥାର ବିଲ ଓ ଅନ୍ୟାନ୍ୟ କାଗଜପତ୍ର ଯାଂଚ କରି ଅର୍ଥ ପ୍ରଦାନର ବ୍ୟବସ୍ଥା କରିବେ । ଜାରି ମାର୍ଗଦର୍ଶିକା ଅନୁଯାୟୀ ସମ୍ପୃକ୍ତ ସେବା ଯୋଗାଣକାରୀ ସଂସ୍ଥା ସେମାନଙ୍କର ବିଲ୍ ପ୍ରତ୍ୟେକ ମାସର ୭ତାରିଖ ସୁଦ୍ଧା ଦାଖଲ କରିବେ । ବିଲ୍ ପାଇବାର ୧୫ ଦିନ ଅର୍ଥାତ ପ୍ରତିମାସର ୨୧ ତାରିଖ ସୁଦ୍ଧା ସେମାନଙ୍କୁ ନିଶ୍ଚିତ ଭାବେ ଅର୍ଥ ପ୍ରଦାନ ଲାଗି କୁହାଯାଇଛି । ସେବା ଯୋଗାଣକାରୀ ପଇଠ କରିଥିବା ବିଲ୍ ଅର୍ଥକୁ ହ୍ରାସ କରାଗଲେ ସେ ସଂକ୍ରାନ୍ତରେ ସମ୍ପୃକ୍ତ ସଂସ୍ଥାକୁ ଅବଗତ କରାଯିବ ଏବଂ ପରବର୍ତୀ ମାସର କମିଟି ବୈଠକରେ ଏହା ଆଲୋଚନା ହେବ । ଚିକିସôାଳୟରେ ନିର୍ମଳ ଯୋଜନାର ସଫଳତା ପାଇଁ ଏହି କମିଟି ଉତ୍ତରଦାୟୀ ରହିବେ । କମିଟି ପକ୍ଷରୁ ଚିକିସôାଳୟର ସ୍ୱଚ୍ଛତା ଅନୁଧ୍ୟାନ କରାଯିବ । ସେବା ଯୋଗାଣକାରୀ ସଂସ୍ଥା ନିଯୁକ୍ତ କରିଥିବା କର୍ମଚାରୀମାନେ ଯେଭଳି ନିୟମିତ ଭାବେ ଇଏସଆଇ, ଇପିଏଫ୍ ଭଳି ସୁବିଧା ପାଇବେ ତାହା ଉପରେ ନଜର ଦେବାକୁ ପତ୍ରରେ ଉଲ୍ଲେଖ ଅଛି । ସେବା ଯୋଗାଣକାରୀ ସଂସ୍ଥାକୁ ତାହାର ପ୍ରାପ୍ୟ ପ୍ରଦାନ ସଂକ୍ରାନ୍ତରେ ପ୍ରତିମାସ ୩୦ତାରିଖ ସୁଦ୍ଧା ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶଙ୍କୁ ଜଣାଯିବା ସହିତ ଏହାର ନକଲ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକଙ୍କୁ ଦେବାପାଇଁ ନିଦେ୍ର୍ଧଶ ଦିଆଯାଇଛି ।