ଭଦ୍ରକ – ଘରୋଇ ନର୍ସିଂହୋମ୍ରେ ଜଣେ ରୋଗୀର ଅସ୍ତ୍ରୋପଚାର ସମୟରେ ମୃତୁ୍ୟ ହେବା ଘଟଣା ଚଚ୍ର୍ଚାର ବିଷୟ ହୋଇଛି। ମୃତା ଜଣକ ହେଲେ ଯାଜପୁର ଜିଲା କୋଳଥା ଗ୍ରାମର ସ୍ବର୍ଣ୍ଣଲତା ମହାପାତ୍ର। ଡାକ୍ତରଙ୍କ ଅବହେଳା େଯାଗୁଁ ରୋଗିଣୀର ମୃତୁ୍ୟ ହୋଇଥିବାର ଅଭିେଯାଗ କରିଛନ୍ତି ପରିବାର ଲୋକେ। ପରିବାର ଲୋକଙ୍କ କହିବା ମୂଳେ ସ୍ବର୍ଣ୍ଣଲତାଙ୍କର ପ୍ରାୟ ଏକବର୍ଷରୁ ଉଦ୍ଧ୍ର୍ବ ହେବ ବାହାଘର ହୋଇଥିଲା। କିନ୍ତୁ ତାଙ୍କର ପିଲାପିଲି ହେଉନଥିବାରୁ ପରିବାର ଲୋକେ ଭଦ୍ରକର ଏକ ଘରୋଇ କ୍ଲିନିକ୍ରେ ଡାକ୍ତରଙ୍କ ନିକଟରେ ଚିକିସôା କରାଉଥିଲେ। ଆଜି ସ୍ବର୍ଣ୍ଣଲତାଙ୍କ ଅସ୍ତ୍ରୋପଚାର ପାଇଁ ଭଦ୍ରକ ମୋଟେଲଛକ ସ୍ଥିତ ସାଳନ୍ଦୀ ଘରୋଇ ନର୍ସିଂହୋମ୍ରେ ଭର୍ି କରାଯାଇଥିଲା। କିନ୍ତୁ ଅପରେସନ ଥିଏଟର ମଧ୍ଯରେ ଅସ୍ତ୍ରୋପଚାର ସମୟରେ ରୋଗୀର ମୃତୁ୍ୟ ହୋଇଥିଲା। ପରେ ପରିବାର ଲୋକେ ମୃତୁ୍ୟଖବର ପାଇ ଡାକ୍ତରଙ୍କ ଅବହେଳା େଯାଗୁଁ ରୋଗିଣୀର ମୃତୁ୍ୟ ହୋଇଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିବା ସହ ନର୍ସିଂହୋମ୍ରେ ଉେଜନା ସୃଷ୍ଟି ହୋଇଥିଲା। ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଯାହା ପରୀକ୍ଷା କରିବା କଥା ତାହା କରାଯିବା ସହ ରିପୋର୍ଟ ମଧ୍ଯ ସବୁ ଠିକ୍ ଠାକ୍ ରହିଥିଲା। କିନ୍ତୁ ଅସ୍ତ୍ରୋପଚାର ସମୟରେ କୌଣସି କାରଣରୁ ରୋଗୀଟି ହୃଦଘାତରେ ମୃତୁ୍ୟ ହୋଇଥିବା ବିଷୟ ଡାକ୍ତର କହିଛନ୍ତି। ଏଥିରେ ଡାକ୍ତରଙ୍କର କୌଣସି ଅବହେଳା ନଥିବା ବିଷୟ ଅସ୍ତ୍ରୋପଚାର କରୁଥିବା ଡାକ୍ତର ସଫେଇ ଦେଇଛନ୍ତି। ରୋଗୀର ଟେଷ୍ଟ ରିପୋର୍ଟ ସବୁ ଠିକ୍ ଠାକ୍ ଥାଇ ମାଇନର ଅସ୍ତ୍ରୋପଚାର ସମୟରେ ମୃତୁ୍ୟ ହେଲା। ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ନର୍ସିଂହୋମ୍ରେ ଉେଜନା ଥିବାରୁ ଘଟଣାସ୍ଥଳରେ ସହରାଳ ଥାନାଧିକାରିଣୀ ସିରୋଜିନୀ ସିଂ ପହô ପରିସ୍ଥିତିକୁ ଅନୁଧ୍ଯାନ କରିଥିଲେ।
Related Stories
December 23, 2024