କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ସ୍ବାମୀ ବିବେକାନନ୍ଦ କହିଥିଲେ -ଯୁବଗୋଷ୍ଠୀ ହିଁ ଭାରତବର୍ଷ କୁ ସମୃଦ୍ଧ କରିବ।ଅଥଚ ଆଜିର ଯୁବଗୋଷ୍ଠୀ ଯୁଵଚେତନା ଭିତରୁ ଖସିଯାଇ ଏକପ୍ରକାର ବିପଥଗାମୀ।ଉଦଭ୍ରାନ୍ତ ଯୁବଗୋଷ୍ଠୀଙ୍କୁ କାର୍ଯ୍ୟଦକ୍ଷ କରାଇ ଆତ୍ମନିର୍ଭରଶୀଳ ଓ ଉଦ୍ୟୋଗମୁଖି କରିବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ମିଶନ ଓଡ଼ିଶା ଆହ୍ୱାନ ଦେଇଛି।ଏ ନେଇ ସାଲବେଗ ପୀଠ ରେ ଆୟୋଜିତ କାର୍ଯ୍ୟକ୍ରମରେ ମିଶନ ଓଡ଼ିଶା ର ସଂପାଦକ ମଧୁସୂଦନ ମିଶ୍ର, ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ର ସଂପାଦକ ଚକ୍ରଧର ମହାପାତ୍ର, ଓଡ଼ିଶା ଯୁବ ଚେତନା ସଂଗଠନ ର ସଭାପତି ବଦ୍ରି ମିଶ୍ର, ଉତ୍କଳ ବିଦ୍ବତ ପରିଷଦ ର ମୁଖ୍ୟ ମନୋଜ ରଥ,ଭଏସ୍ ଅଫ୍ କମନମ୍ୟାନ୍ ର ପ୍ରମୁଖ ହେକ୍ଟର ମିଶ୍ର ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।ଏଥିରେ ସର୍ବୋଦୟ ସାହିତ୍ୟ ସଂସଦ ର ଶିବରାମ ପ୍ରଧାନ, ବିଶ୍ଵନାଥ ଦାଶ, ପ୍ରସନ୍ନ ମହାପାତ୍ର,ଲାଲା ଅନନ୍ତ ସିଂହ,ମନୋଜ ସାହୁ, ଯଗନାଥ ଷଡ଼ଙ୍ଗୀ, ହୃଷିକେଶ ପ୍ରଧାନ, ସଦାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ। ଆସନ୍ତା ୧୨ତାରିଖ ଅପରାହ୍ନ ରେ, ଶରଧାବାଲି ଠାରେ ଅନୁଷ୍ଠିତ ଵହିମେଳାର ଶେଷଦିନ ରେ ମିଶନ ଓଡ଼ିଶା ଏନେଇ ଆଲୋଚନା ଓ ଜନମଞ୍ଚ କରିବ ବୋଲି ବଦ୍ରି ମିଶ୍ର ଓ ମଧୁସୂଦନ ମିଶ୍ର ଜଣାଇଛନ୍ତି।
Related Stories
May 16, 2024