ଭୁବନ, ଢ଼େଙ୍କାନାଳ ଜିଲ୍ଲା ୨୩ ନଂ ଜୋନ୍ ର ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ସୁବାଷ ମାଝୀଙ୍କ ଭୁବନ ଥାନା ଅନ୍ତର୍ଗତ ଏକତାଳି ସ୍ଥିତ ଗାଁ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ ହୋଇଛି । ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଏଥିରେ ସମ୍ପୃକ୍ତି ଅଭିଯୋଗରେ ଯାଜପୁର ଜଖପୁରା ଥାନାର କନଷ୍ଟେବଳ ସୁଶାନ୍ତ ଦଳେଇଙ୍କୁ ଗିରଫ କରିଛି ଅବକାରୀ ସ୍କ୍ବାଡ୍ । ଘଟଣାରେ ଭୁବନ ମୃଦଙ୍ଗା ଗ୍ରାମର ଅରବିନ୍ଦ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଗତକାଲି ରାତିରେ ଏହି ଚଢ଼ଉ ହୋଇଛି । ଚଢ଼ଉ ବେଳେ ଘଟଣାସ୍ଥଳରୁ ନକଲି ବିଦେଶୀ ମଦ ସହ ଅନ୍ୟ କିଛି ସାମଗ୍ରୀକୁ ଜବତ କରିଛି ଅବକାରୀ ସ୍କ୍ବାଡ୍ । ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।