-
ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ଏବଂ କଳା ସଂସ୍କୃତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷା ଓ ସ୍ଥାନୀୟ ଭାଷାକୁ ମହତ୍ୱ ଦିଆଯାଇଛି । ପିଲା ମାନେ ଛୋଟ ବେଳେ ମାତୃଭାଷାରେ ପଢିଲେ ତାଙ୍କର ମୌଳିକ ଚିନ୍ତନ ବିକଶିତ ହୋଇ ପାରେ । କଳାକୁ ମଧ୍ୟ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ବିଶେଷ ରୁପେ ଧ୍ୟାନ ଦିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ସେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କଳା ଉତ୍ସବ ୨୦୨୨କୁ ଉଦଘାଟନ କରି ଏହା କହିଛନ୍ତି ।